Tuesday, November 4, 2025
20.3 C
Odisha

    ନୟାଗଡ ପରେ ଝାରପଡ଼ା ଜେଲରେ ପିଟାପିଟି

    ଆଗକୁ ପଢନ୍ତୁ

    ଜେଲ ଭିତରେ ମାରପିଟ୍ । ନୟାଗଡ ପରେ ଝାରପଡ଼ା ଜେଲରେ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ଭଳି ସ୍ଥିତି ଉପୁଜିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଜଣେ କଏଦୀଙ୍କ ଉପରେ ୩ ଜଣ କଏଦୀ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୪ରୁ ଅଧିକ କଏଦୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜେଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରିବା ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଜଣେ ବିଚାରଧିନ କଏଦୀଙ୍କ ଆଖି ନଷ୍ଟ ହୋଇଥିବା ସୂଚନା ମିଳିଛି । ଗତ କିଛି ମାସ ହେବ ଜେଲରେ ମାରପିଟି ବଢିଛି । ଜେଲ ଭିତରକୁ ନିଶା ଦ୍ରବ୍ୟ ପ୍ରବେଶ କରୁଥିବାରୁ ଏଭଳି ଗଣ୍ଡଗୋଳ ହେଉଥିବା ଅଭିଯୋଗ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    20.3 ° C
    20.3 °
    20.3 °
    78 %
    1.7kmh
    77 %
    Tue
    21 °
    Wed
    27 °
    Thu
    28 °
    Fri
    28 °
    Sat
    27 °

    ସମ୍ବନ୍ଧିତ