Tuesday, April 7, 2026
22.5 C
Odisha

    ନୟାଗଡ ପରେ ଝାରପଡ଼ା ଜେଲରେ ପିଟାପିଟି

    ଆଗକୁ ପଢନ୍ତୁ

    ଜେଲ ଭିତରେ ମାରପିଟ୍ । ନୟାଗଡ ପରେ ଝାରପଡ଼ା ଜେଲରେ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ଭଳି ସ୍ଥିତି ଉପୁଜିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଜଣେ କଏଦୀଙ୍କ ଉପରେ ୩ ଜଣ କଏଦୀ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୪ରୁ ଅଧିକ କଏଦୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜେଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରିବା ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଜଣେ ବିଚାରଧିନ କଏଦୀଙ୍କ ଆଖି ନଷ୍ଟ ହୋଇଥିବା ସୂଚନା ମିଳିଛି । ଗତ କିଛି ମାସ ହେବ ଜେଲରେ ମାରପିଟି ବଢିଛି । ଜେଲ ଭିତରକୁ ନିଶା ଦ୍ରବ୍ୟ ପ୍ରବେଶ କରୁଥିବାରୁ ଏଭଳି ଗଣ୍ଡଗୋଳ ହେଉଥିବା ଅଭିଯୋଗ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    77 %
    0.8kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ