Saturday, July 27, 2024
24.5 C
Odisha

    ଲୋକସଭା ନିର୍ବାଚନ ପୂର୍ବରୁ ହେମନ୍ତ ସୋରେନଙ୍କୁ ବଡ ଝଟକା । ଜେଏମଏମ୍ ଛାଡି ବିଜେପିରେ ସାମିଲ ହେଲେ ଭାଉଜ ସୀତା ସୋରେନ

    ଆଗକୁ ପଢନ୍ତୁ

    ଲୋକସଭା ନିର୍ବାଚନ ପୂର୍ବରୁ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ବିଧାୟକ ତଥା ପାର୍ଟି ମୁଖ୍ୟ ଶିବୁ ସୋରେନଙ୍କ ବୋହୂ ସୀତା ସୋରେନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଦୁର୍ଗା ସୋରେନଙ୍କ ପତ୍ନୀ ସୀତା ସୋରେନ ଜେଏମଏମର ବିଧାୟକ ଥିଲେ । ସେ ତାଙ୍କର ଇସ୍ତଫାପତ୍ର ପାର୍ଟି ମୁଖ୍ୟ ଶିବୁ ସୋରେନଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ ପରିବାର ଓ ପାର୍ଟି ଉପରେ ଅଣଦେଖା ଅଭିଯୋଗ ଆଣି ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରରେ ଶିବୁ ସୋରେନଙ୍କ ଉର୍ଦ୍ଦେଶ୍ୟରେ ଲେଖିଛନ୍ତି କି, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କେନ୍ଦ୍ରୀୟ ମହାସଚିବ ଏବଂ ଦଳର ବିଧାୟକ ପଦରୁ ଦୁଃଖର ସହ ଇସ୍ତଫା ଦେଉଛନ୍ତି ।ସେ ଅଭିଯୋଗ କରିଛନ୍ତି ପାର୍ଟି ଓ ପରିବାର ଦ୍ୱାରା ତାଙ୍କୁ ହଇରାଣ କରାଯାଉଛି । ମୁଁ ଓ ମୋ ପରିବାର ବିରୋଧରେ ଷଡଯନ୍ତ୍ର କରାଯାଉଛି । ଏହି କାରଣରୁ ସେ ପଦ ଓ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଲେଖିଛନ୍ତି ।ସେ ଜେଏମଏମରୁ ଇସ୍ତଫା ଦେବା ପରେ ତୁରନ୍ତ ବିଜେପିରେ ସାମିଲ ହୋଇଛନ୍ତି । ଝାଡଖଣ୍ଡ ବିଜେପିର ପ୍ରଦେଶ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ଲକ୍ଷ୍ମୀକାନ୍ତ ବାଜପେୟୀ ଓ ରାଷ୍ଟ୍ରୀୟ ମହାସଚିବ ବିନୋଦ ତାବଡେଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ