Saturday, April 11, 2026
37.2 C
Odisha

    ହ୍ୟାକ ହେଲା ରଣବୀରଙ୍କ ୟୁଟ୍ୟୁବ ଚ୍ୟାନେଲ, ଡିଲିଟ ହୋଇଗଲା ସବୁ ଭିଡିଓ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଭାରତର ସୁପ୍ରିମକୋର୍ଟର ୟୁଟ୍ୟୁବ୍ ଚ୍ୟାନେଲ୍ ହ୍ୟାକ୍ ହେବାର କିଛି ଦିନ ପରେ ଭାରତର ଲୋକପ୍ରିୟ ୟୁଟ୍ୟୁବର୍ ରଣବୀର ଅଲ୍ଲାହବାଦିଆଙ୍କ ୨ଟି ୟୁଟ୍ୟୁବ୍ ଚ୍ୟାନେଲଗୁଡିକ ହ୍ୟାକ୍ ହୋଇଛି। ହ୍ୟାକରମାନେ ତାଙ୍କର ଚ୍ୟାନେଲର ନାମ ପରିବର୍ତ୍ତନ କରିଛନ୍ତି ଏବଂ ସମସ୍ତ ଭିଡିଓ ଡିଲିଟ କରିଛନ୍ତି | ରଣବୀର ହେଉଛନ୍ତି ଭାରତର ଜଣେ ଜଣାଶୁଣା ତଥା ଲୋକପ୍ରିୟ ୟୁଟ୍ୟୁବର୍, ଯିଏକି ତାଙ୍କ ପୋଡକାଷ୍ଟରେ ବଲିଉଡ, କ୍ରୀଡା, ରାଜନୈତିକ ଏବଂ ଅନ୍ୟାନ୍ୟ କ୍ଷେତ୍ରର ଅନେକ ସେଲିବ୍ରିଟିଙ୍କ ସାକ୍ଷାତକାର ନିଅନ୍ତି | ତାଙ୍କର ଦୁଇଟି ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି, ଗୋଟିଏ ନିଜ ନାମରେ ଏବଂ ଅନ୍ୟଟିର ନାମ ‘ବିୟରବାଇସେପ୍ସ’ |

    ହ୍ୟାକର ତାଙ୍କର ଉଭୟ ୟୁଟ୍ୟୁବ୍ ଚ୍ୟାନେଲ୍କୁ ହ୍ୟାକ୍ କରିଛନ୍ତି ଏବଂ ଚ୍ୟାନେଲର ନାମ ମଧ୍ୟ ବଦଳାଇ ଦେଇଛନ୍ତି | ହ୍ୟାକରମାନେ ତାଙ୍କର ଲୋକପ୍ରିୟ ଚ୍ୟାନେଲ ବିୟରବାଇସେପ୍ସର ନାମ ବଦଳାଇ “@ Elon.trump.tesla_live2024” ରଖିଥିବାବେଳେ ତାଙ୍କ ବ୍ୟକ୍ତିଗତ ଚ୍ୟାନେଲର ନାମ “@Tesla.event.trump_2024” ରଖିଛନ୍ତି | ଏହା ସହ ଏହି ଦୁଇଟି ଚ୍ୟାନେଲରେ ଥିବା ରଣବୀରଙ୍କର ସମସ୍ତ ୟୁଟ୍ୟୁବ୍ ଭିଡିଓ ଡିଲିଟ୍ କରି ଡୋନାଲ୍ଡ ଟ୍ରମ୍ପ ଏବଂ ଏଲନ୍ ମସ୍କଙ୍କର ପୁରୁଣା ଇଭେଣ୍ଟର ଭିଡିଓ ଅପଲୋଡ କରିଛନ୍ତି। ଚ୍ୟାନେଲ ହ୍ୟାକ ହେବା ପରେ ରଣବୀର ଇନଷ୍ଟାଗ୍ରାମ ଷ୍ଟାଟସରେ ନିଜର ଏକ ଫଟୋ ରଖିଛନ୍ତି | ଫଟୋରେ ସେ ନିଜ ଆଖିରେ ପଟି ବାନ୍ଧିଥିବା ସହ ଲେଖିଛନ୍ତି, “ଏହା ମୋ ୟୁଟ୍ୟୁବ କ୍ୟାରିଅରର ଅନ୍ତ କି? ଆପଣ ସମସ୍ତଙ୍କୁ ଜାଣି ଭଲ ଲାଗିଲା |”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ