Friday, September 20, 2024
30 C
Odisha

    ଘିଅ ଏବଂ ମରିଚର ଉପକାରିତା : ଓଜନ କମ୍‌ ହେବା ସହ ମାନସିକ ସ୍ୱାସ୍ଥ୍ୟ ପାଇଁ ହେବ ବେଶ୍‌ ଲାଭଦାୟକ

    ଆଗକୁ ପଢନ୍ତୁ

    ଆପଣମାନେ ଜାଣିଥିବେ ଯେ ରୋଷେଇରେ ଏବଂ ପୂଜା ପାଠରେ ପ୍ରାୟତଃ ଘିଅ ଏବଂ ମରିଚ ବ୍ୟବହାର କରାଯାଏ । ତେବେ ଘିଅ ଏବଂ ମରିଚ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲଭଦାୟକ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଘିଅ ଏବଂ ମରିଚ ପାଉଡରର ମିଶ୍ରଣ ଖାଇଲେ ଏହାର ଲାଭ ଦ୍ୱିଗୁଣିତ ହୋଇଯାଏ । ତେବେ ମରିଚ ଏବଂ ଘିଅ ଏକତ୍ର କରି ଖାଇବା ଦ୍ୱାରା ଏହା ଆୟୁର୍ବେଦିକ ଔଷଧ ହୋଇଯାଏ । ଏହି ମିଶ୍ରଣ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ତାହେଲେ ଆସନ୍ତୁ ଜାଣିବା ଯେ ପ୍ରତିଦିନ ଘିଅ ଏବଂ ମରିଚ ଏକାଠି ଖାଇବାର ଲାଭ କ’ଣ ?

    ଘିଅ ଏବଂ ମରିଚ ଏକାଠି ଖାଇବାର ଲାଭ :

    ହଜମ ଶକ୍ତି ମଜବୁତ ହେବ : ଘିଅ ଏବଂ ମରିଚ ଗୁଣ୍ଡ ମିଶ୍ରଣ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ । ଏହା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ । ତେବେ ଏହି ଦୁଇଟି ଜିନିଷରେ ଅନେକ ପ୍ରକାରର ଯୌଗିକ ଉତ୍ପାଦନ ମିଳିଥାଏ । ଯାହା ଶରୀରରେ ହଜମ ଶକ୍ତିକୁ ବଢାଇବାରେ ସାହାଯ୍ୟ କରିଥାଏ । ଘିଅ ହଜମ ପ୍ରକ୍ରିୟାକୁ ଭଲ କରିଥାଏ ଏବଂ ପେଟକୁ ସଫା କରିଥାଏ ।

    ଓଜନ କମ୍‌ କରିବାରେ ସାହାଯ୍ୟ କରେ : ଯେଉଁମାନେ ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ସେମାନେ ଘିଅ ଏବଂ ମରିଚ ଗୁଣ୍ଡ ଖାଇବା ଉଚିତ ।
    ଏହା ଓଜନ କମ୍‌କୁ ସହଜ କରିବ । ମରିଚରେ ମିଳୁଥିବା ଉପାଦାନ ଶରୀରରେ ଜମା ହୋଇଥିବା ଫ୍ୟାଟ୍‌କୁ କମ୍‌ କରିବାରେ ସାହାଯ୍ୟ କରେ । ଏପରି ଭାବେ ଦେଶୀ ଘି ଶରୀରକୁ ଶକ୍ତି ଦେଇଥାଏ । ଏହା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

    ମାନସିକ ସ୍ୱାସ୍ଥ୍ୟ ଭଲ ରହିଥାଏ : ଏପରି ଭାବେ ମରିଚ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପ୍ରଭାବଶାଳୀ ବୋଲି କୁହାଯାଏ । ତେବେ ଏଥିରେ ଓମେଗା- ୩ ଫ୍ୟାଟି ଏସିଡ୍ ମିଳିଥାଏ, ଯାହା ମସ୍ତିଷ୍କକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଘିଅ ଏବଂ ମରିଚ ଖାଇବା ମଧ୍ୟ ଆଖି ପାଇଁ ଭଲ ହୋଇଥାଏ ।

    ଶରୀରରେ ଫୁଲା କମିଯାଏ : ଘିଅ ଏବଂ ମରିଚ ଗୁଣ୍ଡର ମିଶ୍ରଣ ଖାଇବା ଦ୍ୱାରା ଶରୀରର ଫୁଲା କମିଯାଏ । ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଏହି ଦୁଇଟି ଜିନିଷରେ ମିଳିଥାଏ ଯାହା ଫୁଲାକୁ କମ୍‌ କରିଥାଏ । ଘିଅ ଏବଂ ମରିଚ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ ।

    ରୋଗ ପ୍ରତିରୋଧକ ଶକ୍ତି ମଜ୍‌ବୁତ୍‌ କରିଥାଏ : ଅନେକ ଆଣ୍ଟିଅକ୍ସିଡାଣ୍ଟ ମରିଚ ଗୁଣ୍ଡରେ ମିଳିଥାଏ, ଯାହା ସ୍କିନ୍‌ ଏବଂ କେଶ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏଥି ସହିତ ଭିଟାମିନ୍ ଏବଂ ମିନେରାଲ୍ସ ଦେଶୀ ଘିଅରେ ମିଳିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଶରୀରକୁ ରୋଗ ଏବଂ ସଂକ୍ରମଣ ସହିତ ଲଢିବାରେ ସାହାଯ୍ୟ କରିଥାଏ ।

    ଘିଅ ଏବଂ ମରିଚ କିପରି ଖାଇବେ :
    ମରିଚକୁ ପାଉଡର ତିଆରି କରି ଦେଶୀ ଘିଅ ସହିତ ମିଶାଇ ଖାଆନ୍ତୁ । ଏଥିପାଇଁ ଆପଣଙ୍କୁ ଏକ ଚାମଚ ଘିଅରେ ଏକ ଚାମଚ ମରିଚ ପାଉଡର ମିଶାଇ ସକାଳେ ଖାଲି ପେଟରେ ଖାଇବାକୁ ପଡିବ । ତେବେ ଯଦି ଆପଣ ଏପରି କିଛି ଦିନ କରିବେ ଆପଣଙ୍କୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ଉପକାରିତା ମିଳିବ । ସେଥିପାଇଁ ଆପଣ ପ୍ରତିଦିନ ଏହି ଉପାୟରେ ଘିଅ ଏବଂ ମରିଚ ଖାଆନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30 ° C
    30 °
    30 °
    73 %
    2kmh
    56 %
    Fri
    30 °
    Sat
    32 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ