Wednesday, March 25, 2026
29.4 C
Odisha

    ଗୋସମ୍ପଦ ସୁରକ୍ଷା, ଚିକତ୍ସାରେ ଅବହେଳା ନେଇ ବିଧାୟକଙ୍କ ଉଦ୍‌ବେଗ ପ୍ରକାଶ

    ଆଗକୁ ପଢନ୍ତୁ

    ବୈଶିଙ୍ଗା: ସମଗ୍ର ରାଜ୍ୟରେ ଗୋସମ୍ପଦ ଏବେ ବିପଦରେl ଏହି କ୍ରମରେ ବଡ଼ସାହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ସାହି ଓ ବେତନଟୀ ବ୍ଲକ୍ ଅଞ୍ଚଳରେ ଗୋସମ୍ପଦ ସୁରକ୍ଷା ଓ ଚିକିତ୍ସାରେ ଅବହେଳା ଯୋଗୁଁ ବିପଦରେ ପଡ଼ିଛନ୍ତି। ଏଥିପ୍ରତି ସରକାରଙ୍କ ଦ୍ୱାରା ନିଯୁକ୍ତ ବିଭାଗୀୟ ଅଧିକାରୀମାନେ ସାମାନ୍ୟତମ ଦାୟିତ୍ଵ ନିର୍ବାହ କରୁ ନ ଥିବା ନେଇ ବଡ଼ସାହି ବିଧାୟକ ସନାତନ ବିଜୁଳି ବିଧାନସଭାରେ କ୍ଷୋଭ ପ୍ରକାଶ କରିଛନ୍ତିl ଅଧିକାଂଶ ସମୟରେ ପ୍ରାଣୀଧନ ଚିକିତ୍ସାଳୟରୁ ଲୋକେ ସାମାନ୍ୟତମ ଚିକିତ୍ସା ସୁବିଧା ପାଉ ନ ଥିବା ଯୋଗୁ ଗୃହପାଳିତ ପ୍ରାଣୀଙ୍କ ଜୀବନହାନୀ ଘଟୁଛିl ଫଳରେ ଲୋକଙ୍କ ଭିତରେ ଗୃହପାଳିତ ପଶୁଙ୍କୁ ରଖିବାର ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି କହିଥିଲେ l

    ବିଧାନସଭାରେ ଶ୍ରୀ ବିଜୁଳିଙ୍କର ଉଦବେଗ ପ୍ରକାଶ କରିବା ପରେ ତାଙ୍କ ଦ୍ୱାରା ଉଥାପନ୍ନ କରାଯାଇଥିବା ପ୍ରଶ୍ନର ଉତ୍ତରରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁପାଳନ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, ରାଜ୍ୟରେ ଗୋସମ୍ପଦ ଓ କ୍ଷୀର ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛିl ସେହିଭଳି ଅଧିକାଂଶ ଜାଗାରେ ୯ କୋଟି ବ୍ୟୟରେ ଗୋଶାଳା ନିର୍ମାଣ ମଧ୍ୟ ଆରମ୍ଭ ହୋଇଯାଇଛିl ଏହାପରେ ପୁଣି ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ୫୨ ଲକ୍ଷ ଟଙ୍କା ବ୍ୟୟରେ ଗୋଟିଏ ଗୋଶାଳା ନିର୍ମାଣ କରାଯିଵା ନେଇ ସ୍ଥିରୀକୃତ ହୋଇଛିl ଗୋଶାଳାରେ ପ୍ରତ୍ୟେକ ଗାଈ ପ୍ରତି କୋଡ଼ିଏ ହଜାର ଟଙ୍କା ଖର୍ଚ୍ଚ କରାଯିବ। ରାଜ୍ୟରେ କାମଧେନୁ ଯୋଜନାର କାର୍ଯ୍ୟକାରିତା ପାଇଁ ୧୪୨୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.4 ° C
    29.4 °
    29.4 °
    34 %
    1.4kmh
    27 %
    Wed
    32 °
    Thu
    38 °
    Fri
    40 °
    Sat
    40 °
    Sun
    41 °

    ସମ୍ବନ୍ଧିତ