Monday, April 6, 2026
24.9 C
Odisha

    ସାବଧାନ୍‌! ଆପଣ ବି ହୋଇପାରନ୍ତି ଓଟିପି ଠକାମୀର ଶିକାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦେଶରେ ଆଜିକାଲି ସାଇବର୍‌ ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ଫଳରେ ପୀଡ଼ିତାମାନେ ଖୁବ୍‌ ସହଜରେ ଧୋକାର ଶିକାର ହେଉଛନ୍ତି। ଏପରିକି ଗୋଟାଏ ଲିଙ୍କ୍‌ କିମ୍ବା ମେସେଜ୍‌କୁ ଖୋଲି ଦେଲେ ଖାଲି ହୋଇଯାଉଛି ପୂରା ବ୍ୟାଙ୍କ୍‌ ଆକାଉଣ୍ଟ୍‌। ଦେଶରେ ହେଉଥିବା ଏଭଳି ସାଇବର୍‌ ଠକାମୀରୁ ନିଜକୁ ବଞ୍ଚାଇବା ପାଇଁ ସରକାର କେତୋଟି ସୁରକ୍ଷିତ ରହିବାର କୌଶଳ ବତାଇଛନ୍ତି। ଭାରତ ସରକାରଙ୍‌କ ଏଜେନ୍ସି ‘ଇଣ୍ଡିଆନ୍‌ କମ୍ପ୍ୟୁଟର୍‌ ଏମର୍ଜେନ୍ସି ରେସ୍‌ପନ୍ସ ଟିମ୍‌’ର ଏକ୍ସ ପ୍ଲାଟ୍‌ଫର୍ମରେ ଏକ ପୋଷ୍ଟ୍‌ କରାଯାଇଛି। ଏଥିରେ ଓଟିବି ସାଇବର୍‌ ଠକେଇରୁ ନିଜକୁ ସୁରକ୍ଷା ଦେବା ବାବଦରେ ଲେଖାଯାଇଛି। ଯାହା ଫଳରେ ଆପଣ ନିଜର ପରିଶ୍ରମର ରୋଜଗାରକୁ ସୁରକ୍ଷିତ ରଖିପାରିବେ। ପୋଷ୍ଟ୍‌ରେ ଲେଖାଯାଇଛି ‘ୱାନ୍‌ ଟାଇମ୍‌ ପାସ୍‌ୱାଡ୍‌ ଠକେଇ (ଓଟିପି ଠକେଇ)କୁ ସାବଧାନ! ଏଥିରୁ ବଞ୍ଚିବା ପାଇଁ କେତୋଟି ସୁରକ୍ଷା କୌଶଳ ଜାଣନ୍ତୁ। ତା’ପରେ ନିମ୍ନରେ ପୋଷ୍ଟ୍‌ ହୋଇଥିବା ଏକ ଫଟୋରେ ଅନେକଗୁଡ଼ିଏ ପଏଣ୍ଟ ଲେଖାଅଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    60 %
    0.8kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ