Saturday, March 14, 2026
38.2 C
Odisha

    ବିଜେପି ସରକାରକୁ ଆସିଲେ ଭଦ୍ରକରେ ମେଡ଼ିକାଲ କଲେଜ, ବୟନ ଶିଳ୍ପ ପ୍ରତିଷ୍ଠା ହେବ: ସୁଧାଂଶୁ ନାୟକ

    ଆଗକୁ ପଢନ୍ତୁ

    ଭଦ୍ରକ: ବିଜେପି ସରକାରକୁ ଆସିଲେ ଭଦ୍ରକରେ ମେଡ଼ିକାଲ କଲେଜ, ବିଶ୍ଵବିଦ୍ୟାଳୟ ଓ ବୟନ ଶିଳ୍ପ ପ୍ରତିଷ୍ଠା ହେବ। ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ସୁଧାଂଶୁ ନାୟକ ମଙ୍ଗଳବାର ଏହା କହିଛନ୍ତି। ସେ କହିଛନ୍ତି, ଗଣତନ୍ତ୍ରକୁ ହତ୍ୟା କରୁଥିବା ସରକାର ଓଡ଼ିଶାରେ ଚାଲିଛି। ବାହାର ଲୋକଙ୍କ ଦ୍ଵାରା ଆମେ ଶାସିତ ହେଉଛନ୍ତି। ଟେଣ୍ଡ ବାନ୍ଧି ନେତା ସରକାରୀ ବାବୁଙ୍କର ପଦ ଧୂଳି ନେଉଛି। ଏଭଳି ଭ୍ରଷ୍ଟ ଶାସନ ବ୍ୟବସ୍ଥାକୁ ଓଡ଼ିଶା ମାଟିରୁ ହଟାଇବାକୁ ପଡ଼ିବ। କେନ୍ଦ୍ରରେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଛନ୍ତି। ମୋଦୀଙ୍କ ଭଳି ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ହଜାର ହଜାର ସଂଖ୍ୟାରେ ଅନ୍ୟ ଦଳର କର୍ମୀ ବିଜେପିରେ ମିଶିଛନ୍ତି। ଏବେ ଭୋଟର ବିଜେପି ଆଡ଼କୁ ଆସୁଛନ୍ତି। ବନ୍ତ-ଭଣ୍ଡାରିପୋଖରୀ ଅଞ୍ଚଳର ବିକାଶ ମୋର ଲକ୍ଷ୍ୟ। ମୋତେ ବିଜେପି ଦଳ ପ୍ରାର୍ଥୀ କରିଥିବାରୁ ମୁଁ ସବୁ ବରିଷ୍ଠ ନେତାଙ୍କ ନିକଟରେ କୃତଜ୍ଞ। ୧୪୭ ନମ୍ବର ବିଧାନସଭା ଓଡ଼ିଶାରେ ଥିବା ବେଳେ ଭଣ୍ଡାରିପୋଖରୀ କ୍ଷେତ୍ର ସବୁଠାରୁ ତଳେ ରହିଛି। ଏଠି ସ୍ବାସ୍ଥ୍ୟ ଓ ଶିକ୍ଷା, ଗମନାଗମନ କ୍ଷେତ୍ରରେ ଚିର ଅବହେଳିତ। କୃଷି କ୍ଷେତ୍ରରେ ଜଳସେଚନର ସୁବିଧା ସବୁ କ୍ଷେତକୁ ପହଞ୍ଚିଲା ନାହିଁ। ଚାଷୀର ଧାନ ବିକ୍ରି ହୋଇପାରିଲା ନାହିଁ। ଦଲାଲ ସବୁ ଲୁଟି ନେଲେ। ବୈତରଣୀର ବାମ ବନ୍ଧକୁ ନିଚା କରି ବନ୍ୟାରେ ଆମ ଅଞ୍ଚଳକୁ ବୁଡ଼ାଇ ଦିଆଯାଉଛି। ମୁଁ ଏ ମାଟିର ପୁଅ। ଆପଣଙ୍କ ସେବା କରିବି। ମୋତେ ଭୋଟ ଦିଅ ବୋଲି ସୁଧାଂଶୁ କହିଥିଲେ।
    ଶ୍ରୀ ନାୟକ କହିଥିଲେ ଲୋକସଭାରେ ଆମ ଦଳର ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କୁ ବିପୁଳ ସଂଖ୍ୟାରେ ପଦ୍ମ ଫୁଲ ଚିହ୍ନରେ ଭୋଟ ଦିଅନ୍ତୁ। ଏହି ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର ସଂଯୋଜକ ଜଗବନ୍ଧୁ ଦାସ, ପ୍ରଭାରୀ ଅଶୋକ କୁମାର ପରିଜା, ମଣ୍ଡଳ ସଭାପତି ଶିବାନନ୍ଦ ଦାସ ଅଧିକାରୀ, ଖଗେଶ୍ବର ବେହେରା, ନବକିଶୋର ବଳ, ଶ୍ରୀଧର ସ୍ୱାଇଁ, ଗିରିଶ ସାମଲ, ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ବିଧାନସଭା ବୁଥ ପାଳକ କମଳାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    8 %
    3.6kmh
    0 %
    Sat
    39 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ