Sunday, May 19, 2024
28.4 C
Odisha

    ନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରୀୟ ନେତାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୭/୦୫: “ଦୁଇ ଥର ପଦ୍ମ, ଦୁଇ ଗୁଣା ବିକାଶ । ଓଡିଶାରେ ହେବ ବିଜେପି ସରକାର ।” ଗତ ୫ ତାରିଖ ଦିନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା ଓଡିଶା ସଂକଳ୍ପ ପତ୍ରକୁ ଲୋକାର୍ପଣ କରିଥିଲେ ଏବଂ ଗତ କାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁର ଓ ନବରଙ୍ଗପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ । କାର୍ଯ୍ୟକର୍ତାଙ୍କ ସମେତ ରାଜ୍ୟବାସୀଙ୍କ ମନରେ ଉତ୍ସାହ ଦ୍ୱଗୁଣିତ ହୋଇଛି । ପାର୍ଟିର ପ୍ରଚାର ଓ ପ୍ରସାରକୁ ଶାଣିତ କରିବା ପାଇଁ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ ଜାରୀ ରହିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ୮ ଓ ୯ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଓ ଶ୍ରୀ ନୀତିନ ଗଡକରୀ, ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ଓଡିଶା ଆସୁଛନ୍ତି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।
    କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଆସନ୍ତା କାଲି ୮ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଲାଲବାହାଦୁର ଷ୍ଟାଡିୟମଠାରେ ମଧ୍ୟାହ୍ନ ୧୨.୩୦ରେ ଏବଂ ରାୟଗଡାରେ ଅପରାହ୍ନ ୨.୩୦ରେ ଅନୁଷ୍ଠିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀ ସପକ୍ଷରେ ପ୍ରଚାର କରିବେ ।
    ଛତିଶଗଡ ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ୮ ତାରିଖ ଦିନ ମଧ୍ୟାହ୍ନ ୧୨.୧୦ରେ ନବରଙ୍ଗପୁର ଲୋକସଭା ଅନ୍ତର୍ଗତ କୋଟପାଡଠାରେ ଏବଂ ଅପରାହ୍ନ ୨ଟାରେ ଉମରକୋଟଠାରେ ଅନୁଷ୍ଠିତ ଜନସଭାରେ ଯୋଗ ଦେବେ । ସେହିପରି ଶ୍ରୀ ସାଏ ୯ ତାରିଖ ଦିନ ସକାଳ ୧୦ରେ କୋରାପୁଟର ଲକ୍ଷ୍ମୀପୁର, ପୂର୍ବାହ୍ନ ୧୧.୩୦ରେ ପଟ୍ଟାଙ୍ଗୀ ଏବଂ ଅପରାହ୍ନ ୧ଟାରେ କୋରାପୁଟଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ।
    ସେହିପରି ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ ଆସନ୍ତା ୯ ତାରିଖ ଦିନ ଦିଲ୍ଲୀରୁ ଭୁବନେଶ୍ୱର ପହଂଚିବା ପରେ ସିଧାସଳଖ ପୁରୀ ଗସ୍ତ କରିବେ । ମଧ୍ୟାହ୍ନ ୧୨.୩୦ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ ଅପରାହ୍ନ ୩ଟାରେ କୃଷ୍ଣପ୍ରସାଦ ଏବଂ ଅପରାହ୍ନ ୪.୧୫ରେ ପିପିଲିଠାରେ ଅନୁଷ୍ଠିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀ ସପକ୍ଷରେ ପ୍ରଚାର କରିବେ ।
    ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା ଆସନ୍ତା ୯ ତାରିଖ ଦିନ ପୂର୍ବାହ୍ନ ୧୦.୩୦ରେ ମାଲକାନଗିରି ଜିଲ୍ଲା କାଳିମେଳାଠାରେ, ମଧ୍ୟାହ୍ନ ୧୨.୧୦ରେ ଚିତ୍ରକୋଣ୍ଡାଠାରେ ଏବଂ ଅପରାହ୍ନ ୩ଟାରେ ଆସ୍କା ଲୋକସଭା ଅନ୍ତର୍ଗତ ଖଲିକୋଟଠାରେ ଅନୁଷ୍ଠିତ ଜନସଭାରେ ଯୋଗ ଦେବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.4 ° C
    28.4 °
    28.4 °
    53 %
    1.5kmh
    48 %
    Sun
    28 °
    Mon
    41 °
    Tue
    42 °
    Wed
    42 °
    Thu
    39 °

    ସମ୍ବନ୍ଧିତ