Sunday, April 5, 2026
28 C
Odisha

    ବରଗଡ଼ର ଭାଗବତ ପ୍ରଧାନଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର

    ଆଗକୁ ପଢନ୍ତୁ

    ବରଗଡ: କୁମ୍ଭାରୀ ଶବ୍ଦନୃତ୍ୟ ଗୁରୁ ଭାଗବତ ପ୍ରଧାନଙ୍କୁ ନୃତ୍ୟକଳା ସାଧନା ଓ ପ୍ରଚାରପ୍ରଶାର ନିମନ୍ତେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା ହୋଇଛି । ଶ୍ରୀ ପଧାନ ୧୯୩୮ ମସିହା ଜୁନ୍ ୨୪ ତାରିଖରେ କୁମ୍ଭାରୀ ଗ୍ରାମର ଏକ ମଧ୍ୟବିତ୍ତ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତା ଶବ୍ଦନୃତ୍ୟ ଗୁରୁ ସର୍ଗୀୟ ବଂଶୀଧର ପଧାନଙ୍କ ତତ୍ତ୍ୱାଧାନରେ ନୃତ୍ୟଶିକ୍ଷା ଆରମ୍ଭ କରିଥିଲେ । ୧୯୭୪ ମସିହାରେ କୁମ୍ଭାରୀସ୍ଥିତ ବ୍ରଜେଶ୍ୱରୀ ନୃତ୍ୟ କଳା ସଂସଦରେ ଶବ୍ଦ ଗୁରୁ ଭାବରେ ନିଯୁକ୍ତି ପାଇବା ସହ ଅଦ୍ୟାବଧି ଶତାଧିକ ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷାଦାନ ଦେଇ ଆସୁଥିବା ବେଳେ ବର୍ତ୍ତମାନ ମଧ୍ୟ ନୃତ୍ୟଶିକ୍ଷା ଦାନରେ ବ୍ରତି ରହିଆସିଛନ୍ତି । ୧୯୫୪ ରେ ଲୋକସମ୍ପର୍କ ବିଭାଗ ତରଫରୁ ଭୁବନେଶ୍ୱରରେ ନିଜେ ନୃତ୍ୟ ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ୧୯୯୭ରେ ବରପାଲି ମହାବିଦ୍ୟାଳୟ ବାସନ୍ତୀ ବିିଭାଗରୁ ସମ୍ମାନିତ ହୋଇଥିବାବେଳେ ବରଗଡ଼ ସିଲେବ୍ରେସନ୍ କମିଟି ଅନୁକୂଲ୍ୟରେ ପୁରସ୍କୃତ ହୋଇ ସମ୍ୱଲପୁର ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ପୁରସ୍କୃତ ମଧ୍ୟ କରାଯାଇଥିଲା । ବରଗଡ଼ ଜିଲ୍ଲା ସଂସ୍କୃତି ପରିଷଦରୁ ମାନପତ୍ର ପ୍ରଦାନ ହେବା ସହ ୧୯୭୮ରେ ଓଡ଼ିଶା ସଂଗୀତ ନାଟକ ଏକାଡେମି ଆନୁକୂଲ୍ୟରେ ମଧ୍ୟ ପୁରସ୍କୃତ କରାଯାଇଥିଲା । ଓଡ଼ିଶା ଲୋକନୃତ୍ୟ ମହୋତ୍ସବ ସମ୍ୱଲପୁର ଆନୁକୂଲ୍ୟରେ ପୁରସ୍କୃତହେବା ସହ ସୋନପୁର ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ମଧ୍ୟ ସମ୍ମାନିତ ହୋଇଥିଲେ । ୧୯୯୮ରେ ଓଡ଼ିଶା ସଂଗୀତ ନାଟକ ଏକାଡେମିରେ ସଭ୍ୟ ଭାବରେ ନିଯୁକ୍ତି ହେବା ସହ ନିଜ ଅଞ୍ଚଳର ପ୍ରତିନିଧିତ୍ୱ ମଧ୍ୟ କରିଆସିଛନ୍ତି । ୨୦୦୦ରେ ସଂଗୀତ ନାଟକ ଏକାଡେମି ଆନୁକୂଲ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରରୁ ତାମ୍ୱ୍ରପତ୍ର ସହ ସମ୍ମାନିତ ଓଡ଼ିଶା ସାମ୍ୱାଦିକ ୟୁନିଅନ ତ୍ରୟୋଦଶି ଦ୍ୱିବାର୍ଷିକ ୨୦୦୩ ସମ୍ମିଳନୀ ତରଫରୁ ଭୁବନେଶ୍ୱରରେ ମାନପତ୍ର ସହ ସମ୍ମାନିତ ହୋଇଥିଲେ । ୨୦୦୭ରେ ଓଡ଼ିଶା ରାଜ୍ୟ ଜିଲା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଆନୁକୂଲ୍ୟରେ ସ୍ମାର୍ଟ ସମ୍ମାନରେ ଅଳଙ୍କୃତ ହୋଇ ୨୦୦୮ ଦିଲ୍ଲୀ ୱାର୍ଲ୍ଡ ଲେବିଟେଟ କଲ୍‌ଚରାଲ ସେଣ୍ଟର ଦ୍ୱାରା ସମ୍ୱାନିତ କରାଯାଇଥିବା ବେଳେ କଲିକତା ଶାନ୍ତିନିକେତନ ସ୍ଥିତ ଶ୍ରୀଜନନୀ ମଞ୍ଚରେ ପୂର୍ବାଞ୍ଚଳ ସାଂସ୍କୃତିକ ପରଷଦ ଦ୍ୱାରା ସମ୍ମାନିତ ହୋଇଥିଲେ । ସେହିପରି ଓଡ଼ିଶା ତଥା ଜାତୀୟସ୍ତରର ବହୁ ସଂସ୍ଥା ଅନୁଷ୍ଠାନ ସଂଘ ପରିଷଦ ଏବଂ ଖବରକାଗଜ ସାପ୍ତାହିକ ଦୈନିକ ତଥା ବହୁ ପତ୍ର ପତ୍ରୀକା ମାନଙ୍କରେ ସାକ୍ଷାତକାର ସହ ପୁରସ୍କୃତ ମାନ ହୋଇଥବାବେଳେ ଦୁରଦର୍ଶନ ଆକାଶବାଣୀ ମାଧ୍ୟମରେ ତାଙ୍କ ଦଳର ପାରଦର୍ଶିତା ବହୁବାର ପ୍ରଶାରିତ କରାଯାଇଛି । ଏହିପରି ଏକ ମହାନ ବ୍ୟକ୍ତିତ୍ୱଙ୍କୁ ସମ୍ୱଲପୁର ବିଶ୍ୱବିଦ୍ୟାଳୟର ଚୟନ କମିଟି କଳା ସାଧାନା ପାଇଁ ଜିବଦ୍ଦଶା ନିମନ୍ତେ ପଶ୍ଚିମ ଓିଡ଼ିଶା ସଂସ୍କୃତି ସମ୍ମାନ ୨୦୧୧ ରେ ଅଳଙ୍କୃତ କରିଥିଲେ । ବର୍ତମାନ ତାଙ୍କୁ ୮୬ ବର୍ଷ ବୟସ ହେଉଥିବାବେଳେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ଏହି ଅଞ୍ଚଳର ଲୋକ କଳାକାର, ନୃତ୍ୟାଙ୍ଗନା, ନାଟ୍ୟ କଳାକାର ନୃତ୍ୟ ବିଶାରଦ ପ୍ରମୁଖଙ୍କ ସହ ବହୁ କଳାପ୍ରେମୀମାନେ କୃତଜ୍ଞତା ଜଣାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28 ° C
    28 °
    28 °
    51 %
    2.6kmh
    33 %
    Sun
    30 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ