Saturday, July 27, 2024
24.5 C
Odisha

    ବ୍ରିଜ୍‌ରୁ ୬୫ଫୁଟ ତଳକୁ ଖସି ପଡ଼ିଲେ ୨ ବାଇକ୍‌ ଆରୋହୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ସୋନପୁର ସହରର ଦକ୍ଷିଣ ଦିଗକୁ ଥିବା ତେଲନଦୀ ସେତୁ(ବ୍ରିଜ୍‌)ରେ ଗୁରୁବାର ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ବୌଦ୍ଧ ଜିଲା ମନମୁଣ୍ଡା ଥାନା ଦମାମୁଣ୍ଡା ଅଞ୍ଚଳର ସତ୍ୟ ରାଜହଂସ, ବରୁଣ ରାଜହଂସ ଓ ଅଶୋକ ରାଜହଂସ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସତ୍ୟ, ବରୁଣ ଓ ଅଶୋକ ଏକ ବାଇକ୍‌ ନଂ ଓଡି୨୭ବି-୪୪୭୧ରେ ସୋନପୁରରୁ ମନମୁଣ୍ଡା ଅଭିମୁଖେ ଯାଉଥିଲେ। ତେଲନଦୀ ସେତୁରେ ବାଇକ୍‌ ସହ ସମ୍ମୁଖ ପଟୁ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ସହ ଧକ୍କା ହୋଇଥିଲା । ଫଳରେ ବାଇକ୍‌ ଆରୋହୀ ୩ ଜଣ ଛିଟିକି ପଡିଥିଲେ। ଜଣେ ସେତୁ ଉପରେ ପଡି ଗୁରୁତର ହୋଇଥିବା ବେଳେ ଅନ୍ୟ ୨ ଜଣ ସେତୁର ୬୫ ଫୁଟ ତଳକୁ ଖସି ପଡିଥିଲେ। ସୋନପୁର ଅଗ୍ନିଶମ କେନ୍ଦ୍ରର ଅଧିକାରୀ ଧନଞ୍ଜୟ ମଲ୍ଳିକଙ୍କ ନେତୃତ୍ୱରେ କର୍ମଚାରୀମାନେ ନଦୀଗର୍ଭରୁ ଚେତାଶୂନ୍ୟ ଅବସ୍ଥାରେ ୨ଜଣଙ୍କୁ ଉଦ୍ଧାର କରିଥିଲେ । ଆମ୍ବୁଲାନ୍ସରେ ବାଇକ୍‌ ଆରୋହୀଙ୍କୁ ଆଣି ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଅନ୍ୟପକ୍ଷେ ଦୁର୍ଘଟଣା ପରେ ପିକ୍‌ଅପ୍‌ ଭ୍ୟାନ୍‌ଟି ଫେରାର ହୋଇଯାଇଛି। ଏନେଇ ସୋନପୁର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ