Friday, March 20, 2026
21.1 C
Odisha

    ଭରତପୁର ମାମଲା: ତଦନ୍ତ କମିଶନ ୧୯ ତାରିଖରେ କରିବେ ସ୍ପଟ୍ ଭିଜିଟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭରତପୁର ମାମଲାରେ ତଦନ୍ତ କମିଶନଙ୍କର ପ୍ରଥମ ଶୁଣାଣି ବୈଠକ ଗୁରୁବାର ଶେଷ ହୋଇଛି। ଜଷ୍ଟିସ ଚିତ୍ତ ରଞ୍ଜନ ଦାସଙ୍କ ନେତୃତ୍ବରେ ଗଠିତ କମିଶନ ଏହି ମାମଲାରେ  ୫୦୦ ରୁ ଅଧିକ ଦାଖଲ ହୋଇଥିବା ସତ୍ୟପାଠର ଯାଞ୍ଚ୍ ପରେ ସାକ୍ଷ୍ୟ ଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ।ଗୁରୁବାର ପକ୍ଷ ଓ ପ୍ରତିପକ୍ଷଙ୍କ ମଧ୍ୟରେ ସତ୍ୟପାଠ ଆଦାନ ପ୍ରଦାନ କରାଯାଇଥିଲା। ଉଭୟ ପକ୍ଷଙ୍କ ପକ୍ଷରୁ ଆସିଥିବା ଅଭିଯୋଗ ଓ ସତ୍ୟପାଠ ସମ୍ପର୍କରେ ତଦନ୍ତ କମିଶନ ଅବଗତ କରାଇଥିଲେ।  ଆସନ୍ତା ୩୦ ତାରିଖରେ ଉଭୟ ପକ୍ଷ କାଉଣ୍ଟର ସତ୍ୟପାଠ ଦାଖଲ କରିବାକୁ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

    ଶୁଣାଣି ସମୟରେ କମିଶନ ସଚିବ ଶୁଭେନ୍ଦ୍ର ମହାନ୍ତି, ମେଜର ଓ ପୀଡ଼ିତାଙ୍କ ଓକିଲ ଯଶୋବନ୍ତ ଦାସ ଏବଂ ପୀଡ଼ିତାଙ୍କ ବାପା ଅନ୍ତର୍ଯ୍ୟାମୀ ପ୍ରଧାନ ଉପସ୍ଥିତ ଥିଲେ।

    ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ମେଜରଙ୍କ ସହ ତାଙ୍କ ବାନ୍ଧବୀ ରାତି ଗୋଟାଏ ବେଳେ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୁଲିସ ଆକ୍ରମଣ କରିଥିବା ନେଇ ଥାନା ଆଇଆଇସିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୁଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଜାରି ରଖିଛି । ଏହାସହ ଘଟଣାର ତ୍ୱରିତ ତଦନ୍ତ ପାଇଁ ତଦନ୍ତ କମିସନ ମଧ୍ୟ ଗଠନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.1 ° C
    21.1 °
    21.1 °
    77 %
    0.5kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ