Tuesday, March 24, 2026
21.9 C
Odisha

    ମୁକୁଳିଲା ଆୟକର ବିଭାଗ ଦ୍ବାରା ଜବତ ଅଜିତ ପାଓ୍ବାରଙ୍କ ସଂପତ୍ତି

    ଆଗକୁ ପଢନ୍ତୁ

    ମୁମ୍ବାଇ: ଶପଥ ଗ୍ରହଣର ଦିନକ ପରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଆୟକର ବିଭାଗ ଦ୍ବାରା ଅଜିତ ପାୱାରଙ୍କ ଜବତ ସମ୍ପତ୍ତିକୁ ମୁକ୍ତ କରାଯାଇଛି। ଦିଲ୍ଲୀର ବେନାମୀ ସଂପତ୍ତି ଟ୍ରିବ୍ୟୁନାଲ ଶୁକ୍ରବାର ରାୟ ଶୁଣାଇ ଏସବୁ ଜବତ ସମ୍ପତ୍ତିକୁ ମୁକ୍ତ କରିଛନ୍ତି। ୭ ଅକ୍ଟୋବର ୨୦୨୧ରେ ଆୟକର ବିଭାଗ ଅଜିତ ପାୱାର ଏବଂ ତାଙ୍କ ପରିବାରର ବେନାମୀ ସମ୍ପତ୍ତି ବୋଲି ଅଭିଯୋଗ କରି କେତେକ କମ୍ପାନୀ ଉପରେ ଚଢ଼ାଉ କରି କିଛି କାଗଜପତ୍ର ଜବତ କରିଥିଲା। ଦିଲ୍ଲୀର ବେନାମି ଆପିଲେଟ୍ ଟ୍ରିବ୍ୟୁନାଲ ଏହି ଅଭିଯୋଗକୁ ଖାରଜ କରିଦେଇଥିଲେ ଏବଂ ଏହି ବହିଷ୍କାର ବିରୋଧରେ ଆୟକର ଆବେଦନକୁ ମଧ୍ୟ ବେନାମୀ ଟ୍ରିବ୍ୟୁନାଲ ଗତ ମାସ ୫ ତାରିଖରେ ଖାରଜ କରିଦେଇଥିଲେ। ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାର ଓ ପତ୍ନୀ ସୁନେତ୍ର ପାୱାରଙ୍କ ସମ୍ପତ୍ତିକୁ ମୁକ୍ତ କରିବାକୁ ଆୟକର ବିଭାଗ ନିର୍ଦ୍ଦେଶ ଜାରି କରିଛି ।

    ସୂଚନାଯୋଗ୍ୟ ଯେ ଗତକାଲି ଅର୍ଥାତ ୫ ଡିସେମ୍ବରରେ ଅଜିତ ପାଓ୍ବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.9 ° C
    21.9 °
    21.9 °
    64 %
    1.9kmh
    0 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ