Monday, September 21, 2026
28.3 C
Odisha

    ଚାଷୀଙ୍କୁ ଲୁହବୁହା ଗ୍ୟାସ୍‌ ମାଡ଼: ହରିୟାଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପଞ୍ଜାବରୁ କୃ‌ଷକମାନେ ଆଜି ଅପରାହ୍ନରେ ଆରମ୍ଭ କରିଥିବା ‘ଦିଲ୍ଲୀ ଚଲୋ’ ପଦଯାତ୍ରା ହିଂସାତ୍ମକ ରୂପ ନେବାରୁ ବର୍ତ୍ତିଯାଇଛି। ୫ ବର୍ଷର ଦାବିକୁ ପୁଣି ଥରେ ଦୋହରାଇ ଆଜି ଚାଷୀମାନେ ‘ଦିଲ୍ଲୀ ଚଲୋ’ ପଦଯାତ୍ରାରେ ଆସି ହରିୟାଣାରେ ପହଞ୍ଚିବା ପରେ ସେମାନଙ୍କୁ ପୁଲିସ ଅଟକାଇଥିଲା ଏବଂ ସେମାନଙ୍କ ଉପରକୁ ଲୁହବୁହା ସେଲ୍‌ ପ୍ର‌ୟୋଗ କରିଥିଲା। ଏହି ଘଟଣାାରେ ୮ ଜଣ କୃଷକ ଆହତ ହୋଇଛନ୍ତି।
    ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏହାପରେ ଚାଷୀମାନେ ରବିବାର ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି। ସୂଚନାଯୋଗ୍ୟ, ହରିୟାଣାର ଅମ୍ବାଲା ନିକଟସ୍ଥ ସମ୍ଭୁ ସୀମାରେ କୃଷକମାନେ ୯ ମାସ ଧରି ଶିବିର ପକାଇ ଆନ୍ଦୋଳନରେ ବସିଛନ୍ତି। ଆଜି ସେମାନେ ପୁଣିଥରେ ସେମାନଙ୍କ ଆନ୍ଦୋଳନ ଆରମ୍ଭ କରିଥିଲେ ଏବଂ ବ୍ୟାରିକେଡ୍‌ ଭାଙ୍ଗି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବାବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଚାଷୀ ନେତା ସରବନ ସିଂହ ପନ୍ଦେର କହିଛନ୍ତି, ଆମେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କଲାବେଳେ ପୁଲିସ ଆମ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିଛି। ଆମେ ପୁଲିସ ବାହିନୀ ବିରୋଧରେ ଲଢ଼ି ପାରିବୁନି। ତେଣୁ ଆମେ ଦିନକ ପାଇଁ ଆନ୍ଦୋଳନ ବନ୍ଦ ରଖିଛୁ। ସେ କହିଛନ୍ତି, ଯଦି ଆମକୁ ଦିଲ୍ଲୀରେ ଆନ୍ଦୋଳନ କରିବାପାଇଁ ଅନୁମତି ମି‌ଳେ ତେବେ ଆମେ ଭିନ୍ନ ରଣନୀତିରେ ଆଗକୁ ବଢ଼ିବୁ। ପଞ୍ଜାବ ଓ ହରିୟାଣାର ଲୋକମାନେ ଦେଶକୁ କ୍ଷୁଧାରୁ ବଞ୍ଚାଇଛନ୍ତି। କିନ୍ତୁ କେନ୍ଦ୍ର ସରକାର ସେମାନଙ୍କୁ ଅଣଦେଖା କରିଚାଲିଛି।

    ହରିୟାଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ
    ୮ କୃଷକ ଆହତ, ୨ ଜଣଙ୍କ ଅବସ୍ଥା ଗୁରୁତର
    ସରକାରକୁ ଗୋଟିଏ ଦିନ ସମୟ ଦେଲେ
    ରବିବାର ପୁଣି ଆନ୍ଦୋଳନ

    ସେ କହିଛନ୍ତି, ସଂଯୁକ୍ତ କି‌ଷାନ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା ରବିବାର ପୁଣିଥରେ ପଦଯାତ୍ରା ଆରମ୍ଭ କରିବ। ଆମେ ସରକାରଙ୍କୁ କଥାବାର୍ତ୍ତା‌ ଆରମ୍ଭ କରିବାପାଇଁ ଗୋଟିଏ ଦିନ ସମୟ ଦେଲୁ। ସରକାରଙ୍କ ସହ ଆମେ ବିବାଦ ଚାହୁନା। ଆମେ ଶାନ୍ତିପୂର୍ଣ୍ଣ ରହିବାକୁ ଚାହୁ। ତେଣୁ ଆମେ ଆସନ୍ତାକାଲି ପର୍ଯ୍ୟନ୍ତ ଅପେକ୍ଷା କରିବୁ। ୮ ତାରିଖ ଅପରାହ୍ଣ ୧୨ଟାରେ ପୁଣିଥରେ ଆନ୍ଦୋଳନ ଓ ପଦଯାତ୍ରା ଆରମ୍ଭ ହେବ ବୋଲି ସେ କହିଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉକ୍ତ ଘଟଣାରେ କଡ଼ା ପ୍ରତିକ୍ରିୟା ରଖି କହିଛନ୍ତି, କୃଷକମାନେ ସରକାରଙ୍କ ନିକଟରେ ସେମାନଙ୍କ ଦାବି ରଖିବାପାଇଁ ଏବଂ ସେମାନଙ୍କ ପୀଡ଼ା ସଂକ୍ରାନ୍ତରେ କହିବାକୁ ଦିଲ୍ଲୀ ଆସିବାପାଇଁ ଚାହୁଛନ୍ତି। ସେମାନଙ୍କ ଉପରେ ଲୁହବୁହା ସେଲ୍‌ ପ୍ରୟୋଗ କରାଯିବା ଏବଂ ଅନ୍ୟ ଉପା‌ୟରେ ଅଟକାଇବାକୁ ଚେଷ୍ଟା କରିବା ନିନ୍ଦନୀୟ। ସରକାର ସେମାନଙ୍କ ସମସ୍ୟା ଏବଂ ଦାବିକୁ ଅତ୍ୟନ୍ତ ଗୁରୁତ୍ବର ସହ ଶୁଣିବା ଉଚିତ ବୋଲି ରାହୁଲ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.3 ° C
    28.3 °
    28.3 °
    77 %
    1.9kmh
    90 %
    Mon
    29 °
    Tue
    28 °
    Wed
    28 °
    Thu
    24 °
    Fri
    28 °

    ସମ୍ବନ୍ଧିତ