Friday, October 2, 2026
24.8 C
Odisha

    ବିଦାୟୀ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାୟପୁରଠାରେ ବିଦାୟ ସମ୍ବର୍ଦ୍ଧନା

    ଆଗକୁ ପଢନ୍ତୁ

    ରାୟପୁର: ଛତିଶଗଡ଼ର ବିଦାୟୀ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆଜି ରାୟପୁର ଠାରେ ଭବ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ଜଣାଯାଇଛି। ଏହି ଉପଲକ୍ଷେ ରାୟପୁର ବିମାନବନ୍ଦରର ମାନାସ୍ଥିତ ରାଜ୍ୟ ହ୍ୟାଙ୍ଗର ଠାରେ ଶ୍ରୀ ହରିଚନ୍ଦନଙ୍କର ସମାନାର୍ଥେ ଏକ ପ୍ରସ୍ଥାନ ଉତ୍ସବ ଆୟୋଜନ କରାଯାଇଥିଲା। ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ, ଉପମୁଖ୍ୟମନ୍ତ୍ରୀ ଅରୁଣ ସାଓ, ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ, ଛତିଶଗଡ଼ ସମଗ୍ର ଓଡ଼ିଆ ସମାଜର ଅଧ୍ୟକ୍ଷ ଓ ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର ଏବଂ ରାଜ୍ୟ ରେଡକ୍ରସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନ୍ମଥ କୁମାର ରାଉତ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ବରେଣ୍ୟ ଅଧିକାରୀ ଓ ବ୍ୟକ୍ତି ବିଶେଷ ଶ୍ରୀ ହରିଚନ୍ଦନ ଓ ତାଙ୍କର ପରିବାର ବର୍ଗଙ୍କୁ ଏକ ଭାବବିହ୍ଵଳ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।
    ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ସାୟ, ରାଜ୍ୟପାଳ ଶ୍ରୀ ହରିଚନ୍ଦନଙ୍କର ମାର୍ଗଦର୍ଶନରେ ଛତିଶଗଡ଼ର ବ୍ୟାପକ ବିକାଶ ସଂଗଠିତ ହୋଇଥିବା ଯୋଗୁଁ ତାଙ୍କ ନିକଟରେ କୃତଜ୍ଞତା ଅର୍ପଣ କରିଥିଲେ। ସେ ଶ୍ରୀ ହରିଚନ୍ଦନଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଥିଲେ। ଉତ୍ତରରେ ଶ୍ରୀ ହରିଚନ୍ଦନ ଛତିଶଗଡ଼ର ଅଧିକ ଉନ୍ନତି ଏବଂ ସମୃଦ୍ଧି ହେଉ ତଥା ରାଜ୍ୟବାସୀ ସୁଖଶାନ୍ତିରେ ଜୀବନ ନିର୍ବାହ କରନ୍ତୁ ବୋଲି ଆଶା ପ୍ରକଟ କରିଥିଲେ। ସମ୍ବର୍ଦ୍ଧନା ଆସର ପରେ ଶ୍ରୀ ହରିଚନ୍ଦନ ଏକ ସ୍ୱତନ୍ତ୍ର ବିମାନ ଯୋଗେ ରାୟପୁରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ।

    ଗତକାଲି ସନ୍ଧ୍ୟାରେ ଛତିଶଗଡ଼ର ପ୍ରବାସୀ ଓଡିଆମାନଙ୍କଦ୍ଵାରା ଶ୍ରୀ ହରିଚନ୍ଦନଙ୍କୁ ଗାୟତ୍ରୀନଗରସ୍ଥିତ ଜଗନ୍ନାଥ ମନ୍ଦିରଠାରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ମନ୍ଦିରର ପ୍ରତିଷ୍ଠାତା ଓ ବିଧାୟକ ପୁରନ୍ଦର ମିଶ୍ରଙ୍କର ପୌରହିତ୍ୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସମାବେଶରେ ଶ୍ରୀ ହରିଚନ୍ଦନଙ୍କୁ ଶ୍ରୀଫଳ,ସାଲ ଏବଂ ସ୍ମୃତିଫଳକ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା। ଶ୍ରୀ ହରିଚନ୍ଦନ ଓ ତାଙ୍କର ଧର୍ମପତ୍ନୀ ସୁପ୍ରଭା ହରିଚନ୍ଦନ ଏବଂ ପରିବାର ବର୍ଗ ଏହି ଅବସରରେ ମନ୍ଦିରଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାରେ ଅଂଶ ଗ୍ରହଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    1.3kmh
    97 %
    Fri
    24 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ