Sunday, March 16, 2025
39.4 C
Odisha

    ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ, CNMSର ହେଲେ ଅଧ୍ୟକ୍ଷ

    ଆଗକୁ ପଢନ୍ତୁ

    ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ । ନୂଆଦିଲ୍ଲୀ ସ୍ଥିତ ନରେନ୍ଦ୍ର ମୋଦି ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ବିଶ୍ବଭୂଷଣ ହରିଚନ୍ଦନ। ଦେଶର ବିକାଶ ଓ ଏହ ସହ ଜଡ଼ିତ ବିଭିନ୍ନ ଯୋଜନା ସଂପର୍କରେ ଅଧ୍ୟୟନ ସେଣ୍ଟର ଫର ନରେନ୍ଦ୍ର ମୋଦି ଷ୍ଟଡିଜ ଖୋଲା ଯାଇଛି । ଏହାର ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଭାବେ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତି ମିଳିଛି ।

    ବିଶ୍ବଭୂଷଣ ହରିଚନ୍ଦନ ଜଣେ ଆଇନଜୀବୀ, ଅଗ୍ରଣୀ ବ୍ୟବସ୍ଥାପକ,ମନ୍ତ୍ରୀ ଓ ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି। ସାହିତ୍ୟ, ସଂସ୍କୃତି, ଅର୍ଥନୀତି, ଇତିହାସ ଓ ଗ୍ରାମୋତଥାନ ସଂକ୍ରାନ୍ତରେ ତାଙ୍କର ଅଭିଜ୍ଞତା ରହିଛି। ଜଣେ ରାଜନେତା ଓ ପ୍ରଶାସକ ଭାବେ ତାଙ୍କ ଅନୁଭବକୁ ଜାତୀୟ ସ୍ତରରେ ଉପଯୋଗ କରିବା ପାଇଁ ବିଶ୍ବଭୂଷଣଙ୍କୁ ସିଏନଏମଏସର ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଖୁବ ଶୀଘ୍ର ଆଲିଗଡ଼ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସଂସ୍ଥାର ପରାମର୍ଶଦାତା ବୈଠକରେ ବିଶ୍ବଭୂଷଣ ହରିଚନ୍ଦନ ଅଧ୍ୟକ୍ଷତା କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.4 ° C
    39.4 °
    39.4 °
    12 %
    3.6kmh
    1 %
    Sun
    40 °
    Mon
    40 °
    Tue
    40 °
    Wed
    41 °
    Thu
    40 °

    ସମ୍ବନ୍ଧିତ