Tuesday, October 22, 2024
29.1 C
Odisha

    ବିରୋଧୀଙ୍କୁ ଟାର୍ଗେଟ କଲେ, ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଦେଲେ ଆହ୍ବାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ 5T ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ଜନସଭା । ସାମିଲ ହେଲେ ହଜାର ହଜାର ଲୋକ । ମଞ୍ଚରୁ ବିରୋଧୀ ଦଳ ଓ ସେମାନଙ୍କ ମିଛ ପ୍ରତିଶ୍ରୁତିକୁ ଟାର୍ଗେଟ କରିବା ସହ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ । ଜୟ ମା’ ସମଲେଈ ଓ ଜୟ ମା’ ପାଟଣେଶ୍ବରୀ କହି ସମ୍ବୋଧନ ଆରମ୍ଭ କରିଥିଲେ ପାଣ୍ଡିଆନ । ବିଜେଡି ସମର୍ଥନରେ ଜନ ସମୁଦ୍ର ଦେଖି ବିରୋଧୀ ରାଗୁଥିବା କହିଥିଲେ । ଏହାପରେ ନବୀନ ସରକାର କରିଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଉପସ୍ଥିତ ଜନତାଙ୍କୁ ଅବଗତ କରିବା ସହ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ପାଣ୍ଡିଆନ । କେନ୍ଦ୍ରୀୟ ନେତା ଓ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଘନ ଘନ ପ୍ରଚାରକୁ କଟାକ୍ଷ କରିଛନ୍ତି ପାଣ୍ଡିଆନ । କହିଛନ୍ତି, ଛତିଶଗଡ଼, ଆସାମ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସି ବିଜେପି ପାଇଁ ପ୍ରଚାର କରୁଛନ୍ତି । କେନ୍ଦ୍ରମନ୍ତ୍ରୀମାନେ ବି ଘନ ଘନ ପ୍ରଚାର କରୁଛନ୍ତି । ନିର୍ବାଚନ ଆସିଥିବାରୁ ଏମାନଙ୍କ ଦେଖା ମିଳୁଛି । ନିର୍ବାଚନ ସରିଗଲେ, ଏମାନଙ୍କୁ ଆଉ ଦେଖିବାକୁ ମିଳିବନି । ଏହି ନେତାମାନେ ଓଡ଼ିଶା କେଉଁଠି ଜାଣନ୍ତି ନାହିଁ । ଓଡ଼ିଶାର ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେତେ ଭଲ ପାଆନ୍ତି ଜାଣନ୍ତି ନାହିଁ । ନିର୍ବାଚନ ବେଳେ ବିରୋଧୀ ନେତା ଟୁରିଷ୍ଟ ଭଳି ଆସିବେ, ମିଛ ପ୍ରତିଶ୍ରୁତି ଦେବେ । ନିର୍ବାଚନ ସରିଯିବା ପରେ ଏମାନଙ୍କ ଆଉ ଦେଖା ମିଳିବ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    48 %
    2.9kmh
    6 %
    Tue
    29 °
    Wed
    28 °
    Thu
    27 °
    Fri
    26 °
    Sat
    22 °

    ସମ୍ବନ୍ଧିତ