Tuesday, October 13, 2026
28.9 C
Odisha

    ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି ବିରୋଧୀ, ସୂର୍ଯ୍ୟଙ୍କୁ ଟର୍ଚ୍ଚ ପକାଇବାକୁ ଚେଷ୍ଟା କରୁଛି ବିଜେପି: କାର୍ତ୍ତିକ ପାଣ୍ଡିଆନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି ବିରୋଧୀ। ସୂର୍ଯ୍ୟଙ୍କୁ ଟର୍ଚ୍ଚ ପକାଇବାକୁ ଚେଷ୍ଟା କରୁଛି ବିଜେପି। କିଛି ଏଭଳି କହି ଆଜି କଂଟାବାଞ୍ଜି ସଭାରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଆଜି ଟିଟିଲାଗଡ, କଂଟାବାଞ୍ଜି ଓ ପାଟଣାଗଡରେ ନିର୍ବାଚନ ପ୍ରଚାର କରିଥିଲେ ପାଣ୍ଡିଆନ। ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମଧ୍ୟ ମାଗିଥିଲେ। ଆଉ ଓଡିଶା ଗସ୍ତରେ ଆସି ପଶ୍ଟିମଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପଶ୍ଟିମ ଓଡିଶାରୁ ହିଁ କଡା ଜବାବ ଦେଇଛନ୍ତି ପାଣ୍ଡିଆନ୍‌ । ସେ କହିଛନ୍ତି, ଯଦି ବିରୋଧୀ ନବୀନଙ୍କୁ ସ୍ୱଚ୍ଛ କହୁନାହାନ୍ତି ତେବେ ଏମାନେ ସ୍ୱଚ୍ଛତାର ପ୍ରକୃତ ଅର୍ଥ ଜାଣିନାହାନ୍ତି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ କହୁଛନ୍ତି ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ ଦେବେ, ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ନାହିଁ । ଯଦି ନବୀନ ସ୍ୱଚ୍ଛ ନୁହଁନ୍ତି ତେବେ ବିରୋଧୀ ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି ବୋଲି କହି ନଡ୍ଡାଙ୍କୁ କଡା ସମାଲୋଚନା କରିଛନ୍ତି ପାଣ୍ଡିଆନ। ଏହାସହ ସେ କହିଛନ୍ତି, ସୂର୍ଯ୍ୟକୁ ଟର୍ଚ୍ଚ ପକାଇବାକୁ ଚେଷ୍ଟା କରୁଛନ୍ତି ବିରୋଧୀ। ନବୀନ ସୂର୍ଯ୍ୟଙ୍କ ଭଳି ସ୍ୱଚ୍ଛ ହେଲେ ବିରୋଧୀଙ୍କ ସ୍ୱଚ୍ଛତା ନାହିଁ । ବିଜେପି ଟିକେଟ ଦେଇଥିବା ଏକାଧିକ ପ୍ରାର୍ଥୀମାନଙ୍କ ନାଁରେ ଅପରାଧୀକ ମାମଲା ରହିଛି । ଏଭଳି ଲୋକଙ୍କୁ ପ୍ରାର୍ଥୀ କରି ଏମାନେ ନବୀନଙ୍କୁ ସ୍ୱଚ୍ଛତା ଶିଖାଇବେ ବୋଲି ପ୍ରଶ୍ନ କରି ସଭାମଂଚରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି କାର୍ତ୍ତିକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    58 %
    1.7kmh
    0 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ