Thursday, January 29, 2026
16.3 C
Odisha

    ବିଜେଡିରେ ସାମିଲ ହେଲେ ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର; ବାଲେଶ୍ବର ନୀଳଗିରି ଅଞ୍ଚଳରେ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଶତାଧିକ କର୍ମୀ। ଶଙ୍ଖ ଭବନରେ ବିଜେଡିର ବରିଷ୍ଠ ମନ୍ତ୍ରୀ ତଥା ବାଲେଶ୍ଵର ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବଙ୍କ ଉପସ୍ଥିତିରେ ୩୨ଜଣ ପ୍ରମୁଖ ନେତା ସାମିଲ ହୋଇଛନ୍ତି। ଶିଶିର ମହାପାତ୍ର ଫାଉଣ୍ଡେସନ ସଭାପତି ସବ୍ୟସାଚୀ ମହାପାତ୍ର, ନୀଳଗିରି ମ୍ୟୁନିସିପାଲିଟିର ୬ ନମ୍ବର ଓ୍ବାର୍ଡର କାଉନସିଲର ପ୍ରତାପ ସେଠୀ, ନୀଳଗିରି ବ୍ଳକ ପୂର୍ବତନ ଅଧ୍ୟକ୍ଷା ଝରଣା ସିଂ, ପୂର୍ବତନ ସରପଞ୍ଚ ମଧୁସ୍ମିତା ସିଂ, ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଅର୍ଜୁନ ମାରାଣ୍ଡିଙ୍କ ସମେତ ଏକାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି ନେତା ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ନେତା ଓ କର୍ମୀମାନେ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ବିଜେଡି ବାଲେଶ୍ଵର ପର୍ଯ୍ୟବେକ୍ଷକ ପ୍ରତାପ ଦେବ ସମସ୍ତଙ୍କୁ ଉତ୍ତରୀୟ ପିନ୍ଧେଇ ଦଳକୁ ସ୍ବାଗତ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.3 ° C
    16.3 °
    16.3 °
    78 %
    1.6kmh
    0 %
    Thu
    31 °
    Fri
    31 °
    Sat
    32 °
    Sun
    33 °
    Mon
    33 °

    ସମ୍ବନ୍ଧିତ