Thursday, April 9, 2026
25.9 C
Odisha

    ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା: ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଏହି ଘଟଣାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ସହ ଗିରଫ ଦାବି କରିଛି ବିଜେଡି। ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଗରିବ ଲୋକଙ୍କ ପାଖରେ ଚାଉଳ ଆଗୁଆ ପହଞ୍ଚିବାର ଯେଉଁ ବ୍ୟବସ୍ଥା ପୂର୍ବରୁ ଥିଲା, ତାହା ୪ ମାସ ମଧ୍ୟରେ କିପରି ଭୁଶୁଡ଼ି ପଡ଼ିଲା। କାହିଁକି ଲୋକଙ୍କ ପାଖରେ ପହଞ୍ଚିଲା ନାହିଁ। ଅକ୍ଟୋବର-ନଭେମ୍ବର-ଡିସେମ୍ବରର ଚାଉଳ ଅକ୍ଟୋବରରେ ପହଞ୍ଚିବା କଥା କିନ୍ତୁ କନ୍ଧମାଳ ମାମଲା ସାମ୍ନାକୁ ଆସିବା ପରେ ସରକାର ଚାଉଳ ବାଣ୍ଟିଲେ। ସରକାର ତାଙ୍କ ଦାୟିତ୍ୱରେ ଅବହେଳା କରିଛନ୍ତି। ମନ୍ତ୍ରିମଣ୍ଡଳରେ ଥିବା ଆଦିବାସୀ ମନ୍ତ୍ରୀଙ୍କ ସହ ଖୋଦ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ସ୍ପଷ୍ଟୀକରଣ ଦିଅନ୍ତୁ ଯେ ଆଦିବାସୀମାନଙ୍କର ପାରମ୍ପରିକ ଖାଦ୍ୟ କି ଆମ୍ବ ଟାକୁଆ ଜାଉ। ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ନିଜ ନିଜ ବେପାରରେ ବ୍ୟସ୍ତ। ସାଧାରଣ ଲୋକଙ୍କ ସମସ୍ୟା ସମାଧାନରେ କିଛି ଯାଏ ଆସେ ନାହିଁ।

    ଏଣେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କ୍ଷୋଭ ପ୍ରକାଶ କରି କହିଛନ୍ତି, ଆଇନ୍ ଅନୁଯାୟୀ ସବୁ ଲୋକଙ୍କୁ ରାଜ୍ୟ ସରକାର ଚାଉଳ ଦେବା କଥା। ଅକ୍ଟୋବର ମାସର କୋଟା କାହିଁକି ବିଳମ୍ବ କରାଗଲା। ମନ୍ତ୍ରୀ କହିଥିଲେ ଆମ୍ବ କୋଇଲି ଖାଇବା ତାଙ୍କର ନିତିଦିନିଆ ଖାଦ୍ୟ। ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ବିରୋଧ କରିବା ସହ ତାଙ୍କ ଇସ୍ତଫା ଦାବି କରିଛୁ। ଆରଡିସି ଏପର୍ଯ୍ୟନ୍ତ ଯାଇନାହାନ୍ତି। ଗତକାଲି କେବଳ ଜିଲ୍ଲାପାଳ ଯାଇଥିଲେ। ଏଭଳି ଦାୟିତ୍ବହୀନତା ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ଜଣେ ସିଟିଂ ଜଜ୍ ଙ୍କ ଦ୍ଵାରା ଏହାର ବିଚାରବିଭାଗୀୟ ତଦନ୍ତ କରାଯାଉ। କଣ ପାଇଁ ସରକାର ଅକ୍ଟୋବର ମାସର ଚାଉଳ ଅଟକାଇଥିଲେ। ଅନ୍ତୋଦୟ ଯୋଜନା ଅନୁଯାୟୀ ତିନି ମାସର ଚାଉଳ ଦେବା ଦରକାର। ଆମେ ଗତକାଲି ରାଜ୍ୟପାଳଙ୍କୁ ଭେଟିବା ପରେ ତୁରନ୍ତ ଅକ୍ଟୋବର ମାସର ଚାଉଳ ଦେବାକୁ ନିର୍ଦ୍ଦେଶ ଦେଲେ। ମୁଖ୍ୟମନ୍ତ୍ରୀଙ୍କ ଯଦି ସତ୍ ସାହସ ଅଛି, ସେ ନିଜେ କନ୍ଧମାଳ ଯାଆନ୍ତୁ। ଯେଉଁମାନେ ବୀରସା ମୁଣ୍ଡାଙ୍କ ଦାୟାଦ, ସେମାନଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ କନ୍ଧମାଳ ଯାଆନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    57 %
    0.6kmh
    100 %
    Thu
    37 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ