Monday, October 5, 2026
23.5 C
Odisha

    ବିଜେପିରେ ଯୋଗ ଦେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର/ ଯାଜପୁର: ନିକଟରେ ବିଜେଡି ଛାଡ଼ିଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସୁନନ୍ଦା ଦାସ ତାଙ୍କର ବହୁ ସମର୍ଥକଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି।
    ସୂଚନାଯୋଗ୍ୟ, ବଡ଼ଚଣା ବିଧାୟକ ଅମର ଶତପଥୀ ଦଳର ପ୍ରାଥମିକ ସଦସ୍ୟ ନଥିବା କହି ଦଳକୁ ବାଏ ବାଏ କରିବା ପରେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେଡି ଛାଡ଼ିଥିଲେ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଥିଲେ। ଏ ସମ୍ପର୍କରେ ସୁନନ୍ଦା କହିଥିଲେ, ସେ ଦଳରେ ଅଲୋଡ଼ା ଥିଲେ। ତାଙ୍କୁ ସବୁବେଳେ ଅଣଦେଖା କରାଯାଉଥିଲା। ଗତ ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରାଗଲା ନାହିଁ। ଏପରିକି ୫ମାସ ହେଲା ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଉନଥିଲା। ସ୍ବାଧୀନତା ସଂଗ୍ରାମୀଙ୍କ ମାଟି ବରୀ ଅଞ୍ଚଳବାସୀଙ୍କର ସୁଖଦୁଃଖରେ ସାମିଲ ହୋଇ ସେ ପୂର୍ବଭଳି ସେମାନଙ୍କର ସେବା କରିବେ। ସେମାନଙ୍କ ସ୍ବର ହୋଇ ରହିବେ ବୋଲି କହିଥିଲେ।
    ଉଲ୍ଲେଖଯୋଗ୍ୟ, ଶ୍ରୀମତୀ ଦାସ ୨୦୧୯ରେ ବରୀରୁ ବିଜେଡି ପ୍ରାର୍ଥୀ ହୋଇ ବିଧାୟକ ନିର୍ବାଚିତ ହୋଇଥିଲେ। ମାତ୍ର ଗତ ନିର୍ବାଚନରେ ଦଳ ତାଙ୍କୁ ଟିକଟ ଦେଇନଥିଲା। ସୁନନ୍ଦା ଦଳ ଛାଡ଼ିବା ଘଟଣା ପରେ ଆହୁରି ଅନେକ ଅସନ୍ତୁଷ୍ଟ ନେତା ଦଳ ପ୍ରତି ବିମୁଖ ଥିବା କୁହାଯାଉଛି। ଏପରିକି ସେମାନେ ମଧ୍ୟ ବିଜେପିରେ ଯୋଗ ଦେବ‌େ ବୋଲି ଚର୍ଚ୍ଚା ହେଉଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    79 %
    1.5kmh
    0 %
    Mon
    23 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ