Monday, March 23, 2026
20.3 C
Odisha

    ଆନନ୍ଦ ଭବନରୁ ଶଙ୍ଖ ଭବନକୁ ସାଇକେଲ ଶୋଭାଯାତ୍ରା

    ଆଗକୁ ପଢନ୍ତୁ

    କଟକ  : ବିଜୁ ଜନତା ଦଳର ଆଜି ୨୭ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ କଟକ ସ୍ଥିତ ଆନନ୍ଦ ଭବନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଅନେକ ନେତା, ମନ୍ତ୍ରୀ ଓ କର୍ମୀମାନେ ଆସି ମାଲ୍ୟର୍ପଣ କରିଥିଲେ । ଆନନ୍ଦ ଭବନ ଠାରୁ ଭୁବନେଶ୍ୱର ଶଙ୍ଖ ଭବନ ପର୍ଯ୍ୟନ୍ତ ବିଶାଳ ସାଇକେଲ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହା ସହ କଟକରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ । ବିଭିନ୍ନ ଜଗାରେ ରକ୍ତଦାନ ଶିବିର, ବୃକ୍ଷରୋପଣ, ଫଳ ବଣ୍ଟନ, ଶପଥ ଗ୍ରହଣ ଇତ୍ୟାଦି କାର୍ଯ୍ୟକ୍ରମ କରିବାର ବ୍ୟବସ୍ଥା କରାଯାଇଛି । ଗତ ୨୬ ବର୍ଷ ଧରି ନିଷ୍ଠାପର ଭାବେ ଜନତାଙ୍କ ପାଇଁ କାର୍ଯ୍ୟ କରିଆସୁଛି । ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ପୌରାଞ୍ଚଳରେ ଦଳ ପକ୍ଷରୁ ପାଳନ କରାଯାଉଛି ବିଜେଡି ପ୍ରତିଷ୍ଠା ଦିବସ । ପ୍ରତି ନିର୍ବାଚନମଣ୍ଡଳୀ ସହ ଶଙ୍ଖ ଭବନରେ ମଧ୍ୟ ପାଳନ ହେଉଛି କାର୍ଯ୍ୟକ୍ରମ ।  ଆଜି ପ୍ରତିଷ୍ଠା ଦିବସରେ କଣ ବଡ଼ ବାର୍ତ୍ତା ଦେବେ ତା ଉପରେ ନଜର ରହିଛି । ଓଡ଼ିଶାରେ ବିଜେଡି ଲଗାତାର ୫ଥର ଜିତି ଏବେ ଷଷ୍ଠଥର ପାଇଁ ସେବା କରିବା ପାଇଁ ଆରମ୍ଭ କରି ଦେଇଛନ୍ତି ପ୍ରୟାସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    41 %
    1.2kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ