Saturday, July 27, 2024
24.6 C
Odisha

    ଆନନ୍ଦ ଭବନରୁ ଶଙ୍ଖ ଭବନକୁ ସାଇକେଲ ଶୋଭାଯାତ୍ରା

    ଆଗକୁ ପଢନ୍ତୁ

    କଟକ  : ବିଜୁ ଜନତା ଦଳର ଆଜି ୨୭ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ କଟକ ସ୍ଥିତ ଆନନ୍ଦ ଭବନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଅନେକ ନେତା, ମନ୍ତ୍ରୀ ଓ କର୍ମୀମାନେ ଆସି ମାଲ୍ୟର୍ପଣ କରିଥିଲେ । ଆନନ୍ଦ ଭବନ ଠାରୁ ଭୁବନେଶ୍ୱର ଶଙ୍ଖ ଭବନ ପର୍ଯ୍ୟନ୍ତ ବିଶାଳ ସାଇକେଲ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହା ସହ କଟକରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ । ବିଭିନ୍ନ ଜଗାରେ ରକ୍ତଦାନ ଶିବିର, ବୃକ୍ଷରୋପଣ, ଫଳ ବଣ୍ଟନ, ଶପଥ ଗ୍ରହଣ ଇତ୍ୟାଦି କାର୍ଯ୍ୟକ୍ରମ କରିବାର ବ୍ୟବସ୍ଥା କରାଯାଇଛି । ଗତ ୨୬ ବର୍ଷ ଧରି ନିଷ୍ଠାପର ଭାବେ ଜନତାଙ୍କ ପାଇଁ କାର୍ଯ୍ୟ କରିଆସୁଛି । ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ପୌରାଞ୍ଚଳରେ ଦଳ ପକ୍ଷରୁ ପାଳନ କରାଯାଉଛି ବିଜେଡି ପ୍ରତିଷ୍ଠା ଦିବସ । ପ୍ରତି ନିର୍ବାଚନମଣ୍ଡଳୀ ସହ ଶଙ୍ଖ ଭବନରେ ମଧ୍ୟ ପାଳନ ହେଉଛି କାର୍ଯ୍ୟକ୍ରମ ।  ଆଜି ପ୍ରତିଷ୍ଠା ଦିବସରେ କଣ ବଡ଼ ବାର୍ତ୍ତା ଦେବେ ତା ଉପରେ ନଜର ରହିଛି । ଓଡ଼ିଶାରେ ବିଜେଡି ଲଗାତାର ୫ଥର ଜିତି ଏବେ ଷଷ୍ଠଥର ପାଇଁ ସେବା କରିବା ପାଇଁ ଆରମ୍ଭ କରି ଦେଇଛନ୍ତି ପ୍ରୟାସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ