Saturday, September 6, 2025
30.9 C
Odisha

    ନବୀନ ଗ୍ୟାରେଣ୍ଟି: ପର୍ଯ୍ୟାକ୍ରମେ ସମସ୍ତେ ପାଇବେ ବିଏସକେୱାଇ କାର୍ଡର ସୁବିଧା

    ଆଗକୁ ପଢନ୍ତୁ

    ଆଜି ବିଜେଡି ତାର ଘୋଷଣା ପତ୍ର ଜାରି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣାପତ୍ର ଜାରି କରିଛନ୍ତି । ତେବେ ଏହି ଘୋଷଣାପତ୍ର ଭିତରେ ବିଏସକେୱାଇକାର୍ଡକୁ ନେଇ ଏକ ବଡ ଘୋଷଣା କରାଯାଇଛି । ବିଏସକେୱାଇର କାର୍ଡର ପରିସର ବୃଦ୍ଧି କରାଯିବ । ପର୍ଯ୍ୟାକ୍ରମେ ସମସ୍ତେ ବିଏସକେୱାଇ କାର୍ଡର ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣାପତ୍ରରେ କହିଛନ୍ତି ।

    ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମର ପ୍ରମୁଖ ସ୍କିମ୍ ବିଏସକେୱାଇ ନଵୀନ କାର୍ଡ ପ୍ରବର୍ତ୍ତନ ପ୍ରାୟ ସମସ୍ତ ବର୍ଗଙ୍କୁ କଭରେଜ୍ କରିବ । ଏଥିରେ ମଧ୍ୟବିତ୍ତ, ସରକାରୀ କର୍ମଚାରୀ, ଚୁକ୍ତିଭିତ୍ତିକ ଶ୍ରମିକମାନେ ପର୍ୟ୍ୟାୟ କ୍ରମେ ଅନ୍ତର୍ଭୁକ୍ତ ହେବେ । ଆମେ ଆସନ୍ତା ୧୦ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ପାଇଁ ସର୍ବନିମ୍ନ ଖର୍ଚ୍ଚର ରାଜ୍ୟ ହୋଇପାରିବା । ଏହି ସ୍ୱାସ୍ଥ୍ୟ ନିଶ୍ଚିତତା ଆମ ଜନସଂଖ୍ୟାକୁ ସଶକ୍ତ କରିବ ଏବଂ ଆମ ରାଜ୍ୟକୁ ଆଗକୁ ବଢ଼ାଇବ  ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.9 ° C
    30.9 °
    30.9 °
    64 %
    1.2kmh
    58 %
    Sat
    30 °
    Sun
    30 °
    Mon
    29 °
    Tue
    31 °
    Wed
    31 °

    ସମ୍ବନ୍ଧିତ