Saturday, April 11, 2026
25.2 C
Odisha

    ‘ସରକାରଙ୍କ ନୀତିରେ ନିରନ୍ତରତା ପାଇଁ ରାଜ୍ୟରେ ନିବେଶ ବଢ଼ିଛି’

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ହୋଇଛି। ଅନ୍ୟ ରାଜ୍ୟ ସହ ୫ ମାନଦଣ୍ଡରେ ବିଚାର କରାଯାଇ ଏହି ଫଳାଫଳ ସାମ୍ନାକୁ ଆସିଛି । ଓଡ଼ିଶାର ସବୁ କ୍ଷେତ୍ରରେ ସବୁ ଅଞ୍ଚଳରେ ବିକାଶ ହୋଇଛି । ମୁଖ୍ଯମନ୍ତ୍ରୀଙ୍କ ସ୍ଥିର ନେତୃତ୍ବ, ଦୂରଦୃଷ୍ଟି, ଏବଂ ଦୃଢ ଇଛାଶକ୍ତି ପାଇଁ ଏହା ସମ୍ଭବ ହୋଇପାରିଛି । ଭିତ୍ତିଭୂମୀ ବିକାଶ କାରଣରୁ ମଧ୍ୟ ନିବେଶ ବଢିଛି ।

    ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର ଭଳି ଜିଲ୍ଲାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଓଡ଼ିଶାକୁ ଯେଉଁ ନୂଆ ନିବେଶ ଆସୁଛି ସେମାନେ ଓଡ଼ିଶାରୁ ନିଯୁକ୍ତି ଦେଉଛନ୍ତି। ନିରପେକ୍ଷ ସଂସ୍ଥା ଓଡ଼ିଶାରେ ନିବେଶର ଭବିଷ୍ୟତକୁ ନେଇ ଭଲ ରିପୋର୍ଟ ଦେଇଛନ୍ତି। ଓଡ଼ିଶା ସରକାରଙ୍କ ଉପରେ ବିଶ୍ୱାସ କାରଣରୁ ବାହାରୁ ନିବେଶ ଆସୁଛି । ବିଗତ ୭ ବର୍ଷରେ ୧ ଲକ୍ଷ ୮୫ ହଜାର କୋଟିର ନିବେଶ ହୋଇଛି । ଏକ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଖୋର୍ଦ୍ଧାରେ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଖୋର୍ଦ୍ଧା ପରେ ଯାଜପୁରର ସ୍ଥାନ। ଯାଜପୁର ପରେ ବାଲେଶ୍ୱରର ସ୍ଥାନ ରହିଛି।

    ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ମହାରାଷ୍ଟ୍ର ପରେ ଓଡ଼ିଶାରେ ଦେଶରେ ଅଧିକ ନିବେଶ ହୋଇଛି । ୨୦ ଲକ୍ଷ କୋଟି ନିବେଶ ଓଡ଼ିଶାରେ ହୋଇଛି । ଅପରପକ୍ଷେ ଟେକ୍ସଟାଇଲ୍ କମ୍ପାନୀ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହୀ ଅଛନ୍ତି । ଏରୋସ୍ପେସ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ନିବେଶ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    30 %
    1.3kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ