Sunday, April 12, 2026
26.7 C
Odisha

    ‘ମେଣ୍ଟ ପାଇଁ ନିବେଦନ କରିଥିଲା ବିଜେଡି, ପ୍ରତ୍ୟାଖ୍ୟାନ କଲା ବିଜେପି’

    ଆଗକୁ ପଢନ୍ତୁ

    ରାଜ୍ୟରେ ବିଜେପି ସହିତ ମେଣ୍ଟ କରିବାକୁ ବିଜେଡି କରିଥିଲା ନିବେଦନ। କିନ୍ତୁ ବିଜେପି ବିଜେଡିର ନିବେଦନକୁ ପ୍ରତ୍ୟାଖ୍ୟାନ କରିଛି।’ ରାଜ୍ୟରେ ବେଶ୍‌ କିଛି ଦିନ ଧରି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଉପରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଥିବା ବେଳେ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

    ସେ କହିଛନ୍ତି, ରାଜ୍ୟ ସଭାପତି ଟ୍ୱିଟ୍ କରିବା ପରେ ସବୁ ସ୍ପଷ୍ଟ ହୋଇଯାଇଛି। ବିଜେପି ରାଜ୍ୟରେ ଏକାକୀ ଲଢ଼ିବ। ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଦେବ। ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହିତ ଓଡ଼ିଶାବାସୀ ଏହା ହିଁ ଚାହୁଁଥିଲେ। ମେଣ୍ଟ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଯେଉଁ ନିବେଦନ କରାଯାଇଥିଲା, ମୁଁ ଭାବୁଛି ଆମେ ତାକୁ ରିଜେକ୍ଟ କରିଛୁ। ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଅପରାହ୍ନରେ ଏକ ବଡ଼ ସୂଚନା ଦେଇଥିଲେ। ସେ ତାଙ୍କ ‘X’ (ପୂର୍ବର ଟ୍ୱିଟର) ଆକାଉଣ୍ଟରେ ଉଭୟ ଓଡ଼ିଆ ଓ ହିନ୍ଦୀରେ ଦୁଇଟି ପୋଷ୍ଟ କରି ବିଜେପି ଏଥର ରାଜ୍ୟର ସମସ୍ତ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନରେ ଏକାକୀ ଲଢ଼ିବ ବୋଲି ସ୍ପଷ୍ଟ ଭାବେ ଲେଖିଛନ୍ତି। ମନମୋହନ ସାମଲ ଏହି ପୋଷ୍ଟ କରିବା ପରେ ତାକୁ ରିପୋଷ୍ଟ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ମନମୋହନଙ୍କ ପୋଷ୍ଟକୁ ରିପୋଷ୍ଟ କରି ଲେଖିଥିଲେ- ଏକ୍ସଲେଣ୍ଟ୍। ତା’ ସହିତ ‘ଇମେନ୍‌ସଲୀ ଗ୍ରେଟ୍‌ଫୁଲ’ ବୋଲି ଲେଖିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ କେତେକ ବିଜେପି ନେତା ମଧ୍ୟ ମନମୋହନ ସାମଲଙ୍କ ପୋଷ୍ଟକୁ ରିପୋଷ୍ଟ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.7 ° C
    26.7 °
    26.7 °
    54 %
    2.4kmh
    0 %
    Sun
    27 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ