Friday, October 2, 2026
29.9 C
Odisha

    ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକ ବିଦା

    ଆଗକୁ ପଢନ୍ତୁ

    ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଥିବାବେଳେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ଅଚାନକ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ବିଜୟଙ୍କୁ ଅଚାନକ ହଟାଇ ଦିଆଯିବାକୁ ନେଇ ରାଜ୍ୟ କଂଗ୍ରେସରେ ଯେ ସବୁକିଛି ଠିକଠାକ୍ ଚାଲିନାହିଁ ତାହା ସ୍ପଷ୍ଟ ହୋଇଛି।

    ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଦ୍ୱାରା ଜାରି ଏକ ପ୍ରେସ୍ ରିଲିଜ୍ ଅନୁସାରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଭକ୍ତଚରଣ ଦାସ କାର୍ଯ୍ୟ କରିବେ । ବିଜୟ ପଟ୍ଟନାୟକ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ପରିବର୍ତ୍ତେ ନିର୍ବାଚନ ସମନ୍ୱୟ କମିଟି ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ । ଶ୍ରୀ ଦାସ ୨୦୧୯ ସାଧାରଣ ନିର୍ବାଚନରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ଶ୍ରୀ ପଟ୍ଟନାୟକଙ୍କୁ ଗତବର୍ଷ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଥିଲା। ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନଙ୍କୁ ଗତ ମାର୍ଚ୍ଚ ୭ତାରିଖରେ ପିସିସି ନିର୍ବାଚନ ପରିଚାଳନା ଟିମ୍ ସଂଯୋଜକ ଭାବେ ଦାୟିତ୍ୱ ମିଳିଥିଲା। ଏବେ ସେ ଏହି ଦାୟିତ୍ୱ ତୁଲାଇବେ ନା ସେଥିରୁ ଅବ୍ୟାହତି ନେଇଛନ୍ତି ତାହା ଜଣାପଡ଼ିନି।

    ତେବେ ରାଜ୍ୟରେ ୪ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବାବେଳେ ବିଜୟ ପଟ୍ଟନାୟକଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ହଟାଯିବାକୁ ନେଇ କଂଗ୍ରେସ ମହଲରେ ନାନାଦି ଚର୍ଚ୍ଚା ଜୋର ଧରିଛି।

    ଚର୍ଚ୍ଚା ହେଉଛି, ଦଳର ନିର୍ବାଚନୀ ଇସ୍ତାହାରରେ କେତେକ ପରିବର୍ତ୍ତନ, ରାଜ୍ୟ ନେତାମାନଙ୍କ ସମ୍ପର୍କରେ ଦିଲ୍ଲୀ ନେତାଙ୍କ ପାଖରେ ବାରମ୍ବାର ଅଭିଯୋଗ ଓ ସାଂଗଠନିକ ପ୍ରସଙ୍ଗରେ ଅନାବଶ୍ୟକ ହସ୍ତକ୍ଷେପ ଆଦି ଶ୍ରୀ ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି। ଏଆଇସିସି ପ୍ରଭାରୀ ଅଜୟ କୁମାରଙ୍କ ସୁପାରିଶରେ ବିଜୟ ପଟ୍ଟନାୟକଙ୍କ ପକ୍ଷଛେଦନ ହୋଇଥିବା କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ