Tuesday, April 7, 2026
35.3 C
Odisha

    ଯେଉଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛ ତାକୁ ପୂରଣ କର : ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଲକ୍ଷ୍ମୀ ବସର ନାଁ ଏବଂ ରଙ୍ଗ ପରିବର୍ତ୍ତନ କରାଯାଉଥିବାରୁ ଏହାକୁ କଡ଼ା ସମାଲୋଚନା କରିଛି ବିିଜେଡି। ଏକ ସାମ୍ବାଦିକ ସମ୍ମିଳନୀ କରି ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓ ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି, ବିଜେପି ସରକାର ରଙ୍ଗ ବଦଳାଇବା ନୀତି ଛାଡନ୍ତୁ। କମ୍ ଖର୍ଚ୍ଚରେ ଲୋକେ ଯିବା ଆସିବା କରିବେ ବୋଲି ଲକ୍ଷ୍ମୀ ବସ୍ ଯୋଜନା କରିଥିଲେ ନବୀନ ପଟ୍ଟନାୟକ ସରକାର। କିନ୍ତୁ କ୍ଷମତାକୁ ଆସିବା ପରେ ବିଜେପି ତାର ନାଁ ଓ ରଙ୍ଗ ପରିବର୍ତ୍ତନ କରୁଛି। ଏଥିରୁ ଜଣାପଡୁଛି, ଏହି ସରକାର ନୂଆ ଯୋଜନା କରିବେ ନାହିଁ। କିଛି ନୂଆ କରିବେ ନାହିଁ। ନବୀନ ସରକାର କରିଥିବା କାମରେ ରଙ୍ଗ ଦେଇ, ନାଁ ବଦଳାଇ ନିଜ ଫଟୋ ଛାପି କେବଳ ପ୍ରଚାର କରିବେ। କାହା ନିର୍ଦ୍ଦେଶରେ ଲକ୍ଷ୍ମୀ ବସର ନାଁ ଓ ରଙ୍ଗ ବଦଳା ଯାଉଛି, ଏହି ନିଷ୍ପତ୍ତି କିଏ ନେଇଛି, ତାହା ଜଣାପଡୁନି।କେବଳ ବିଜେଡି ସରକାର କରିଥିବା କାମର ରଙ୍ଗ ବଦଳାଇ, ନାଁ ବଦଳାଇ ଏପରି ୫ ବର୍ଷ ବିଜେପି ସରକାର ବିତେଇ ଦେବ କି ବୋଲି କଟାକ୍ଷ କରିଛନ୍ତି ପ୍ରମିଳା ମଲ୍ଲିକ। ଯଦି ଏପରି କରିବାର ଅଛି, ତେବେ ସିଧା ସିଧା ଲୋକଙ୍କୁ ସେହି କଥା କହି ଦିଅନ୍ତୁ। ନିର୍ବାଚନ ସମୟରେ ଲୋକଙ୍କୁ ବିଜେପି ଯେଉଁ ପ୍ରତିଶୃତି ଦେଇଥିଲା, ତାହା ପୂରଣ କରୁ ବିଜେପି। ବଜେଟର କଣ କରୁଛନ୍ତି ସରକାର, ତାହା ଦେଖିବୁ। ପ୍ରତିଶ୍ରୁତି ପୂରଣ ନ ହେଲେ ବିଜେଡି ରାଜରାସ୍ତାକୁ ଆସିବ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ।

    ଏହା ସହିତ ସେ କହିଛନ୍ତି, ରତ୍ନଭଣ୍ଡାରକୁ ନେଇ, ଜଗନ୍ନାଥଙ୍କୁ ନେଇ କାହିଁକି ରାଜନୀତି କରୁଛନ୍ତି ସରକାର । ଯଦି ରତ୍ନଭଣ୍ଡାର ଖୋଲିବାର ଅଛି, ଖୋଲନ୍ତୁ। କେହି ମନା କରୁନାହାନ୍ତି। କିନ୍ତୁ ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ। ସେହିପରି ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି, ବିଜେପି ଶାସନକୁ ଆସିବାର ମାସେ ହେଲାଣି। କିନ୍ତୁ ଇସ୍ତାହାରର ଗୋଟିଏ ପ୍ରତିଶୃତି ପୂରଣ ପାଇଁ କାମ ଆରମ୍ଭ ହୋଇନି। କେବଳ ରଙ୍ଗ ଓ ନାଁ ପରିବର୍ତ୍ତନ କରାଗଲେ, ଜୋର ବିରୋଧ କରାଯିବ ବୋଲି କହିଛନ୍ତି ଲୋପାମୁଦ୍ରା ବକ୍ସିପାତ୍ର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ