Saturday, July 27, 2024
24.6 C
Odisha

    ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେବ ବିଜେଡି

    ଆଗକୁ ପଢନ୍ତୁ

    ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେବ ବିଜେଡି । ପ୍ରେସ ବିଜ୍ଞପ୍ତି ଜରିଆରେ ସମର୍ଥନ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅଶ୍ୱିନୀଙ୍କୁ ସମର୍ଥନ ଘୋଷଣା କରିଛି ବିଜେଡି । ରେଲୱେ ଓ ଟେଲିକମ କ୍ଷେତ୍ରରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମର୍ଥନ ଘୋଷଣା କରିଛି ବିଜେଡି । ଗତ ୨୦୧୯ରେ ମଧ୍ୟ ବିଜେଡି ସମର୍ଥନରେ ରାଜ୍ୟସଭା ଯାଇଥିଲେ ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ କରିବା ସହ ତାଙ୍କର ରାଜ୍ୟସଭାକୁ ପୁଣିଥରେ ଯିବା ସ୍ପଷ୍ଟ ହୋଇଛି । ବିଜେଡି ପୂର୍ବରୁ ଦେବାଶିଷ ଓ ଶୁଭାଶିଷଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି । ଉଭୟ ଗତକାଲି ନାମାଙ୍କନପତ୍ର ମଧ୍ୟ ଦାଖଲ କରିଥିଲେ । ସେହିଭଳି ବିଜେଡି ଏବେ ଅଶ୍ୱିନୀଙ୍କୁ ସମର୍ଥନ କରିବା ପରେ ରାଜ୍ୟସଭା ନିର୍ବାଚନ କେବଳ ଔପଚାରିକତା ପାଲଟିଛି । ଘୋଷିତ ୩ ପ୍ରାର୍ଥୀ ରାଜ୍ୟସଭା ଯିବା ନିଶ୍ଚିତ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ