Saturday, April 11, 2026
24 C
Odisha

    ବୃକ୍ଷ ରୋପଣ ସହିତ ସ୍କୁଲ ର ବିଭିନ୍ନ ସମସ୍ୟା ପଚାରି ବୁଝିଲେ ବିଧାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୬/୦୮:ସର୍ବଦା ଅବହେଳିତ ଓ ବିକାଶ ଠାରୁ ଦୂରରେ ଥିବା ଏକାମ୍ର କ୍ଷେତ୍ର ଏବେ ନୂଆ ବିଧାୟକ ଙ୍କ ନେତୃତ୍ୱରେ ବିକାଶ ପଥରେ ଅଗ୍ରସର ହେଉଛି। ନୂତନ ଭାବେ ନିର୍ବାଚିତ ବିଧାୟକ ବାବୁ ସିଂ ପ୍ରତିଦିନ ନିଜ କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗ ଶୁଣିବା ସହିତ ବିଭିନ୍ନ ୱାର୍ଡ଼ ଓ ପଞ୍ଚାୟତ ବୁଲି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ ପାଇଁ ପ୍ରୟାସ ଆରମ୍ଭ କରୁଛନ୍ତି।ଆଜି ସକାଳୁ ଏକାମ୍ର ବିଧାୟକ ବାବୁ ସିଂ ୱାର୍ଡ଼ ନଂ -୫୫ ର ଗୌତମନଗର ସରକାରୀ ସ୍କୁଲ ଓ ହରିହର ସରକାରୀ ଉଛ ବିଦ୍ୟାଳୟ ରେ ବୃକ୍ଷ ରୋପଣ କରିବା ସହିତ ସ୍କୁଲ ର ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ। ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଜନସାଧାରଣ ଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିଥିଲେ।ଏହି ଅଞ୍ଚଳରେ ଉନ୍ନତ ରାସ୍ତା, ଡ୍ରେନ, ଆଲୋକ ସବୁର ସମସ୍ୟା ମାଳ ମାଳ। ସବୁ ସମସ୍ୟା ସମ୍ପର୍କରେ ସମୀକ୍ଷା କରିବା ପରେ ବିଧାୟକ ଶ୍ରୀ ସିଂ ଖୁବ୍ ଜଲ୍ଦୀ ସମାଧାନ ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଲେ। ଏହି ଅବସରରେ ବିଧାୟକ ବାବୁ ସିଂ କହିଛନ୍ତି ଯେ,ନିର୍ବାଚନରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲୁ ଆଉ ଏବେ ଲୋକଙ୍କ ପାଇଁ କାମ କରୁଛୁ। ଭୋଟର ଆମକୁ ଜନ ପ୍ରତିନିଧୀ ଭାବେ ନିର୍ବାଚିତ କଲା ପରେ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ପ୍ରାଥମିକତା ଦେଇଛୁ। ଏକାମ୍ର ବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇଦେବା ମୋର ପ୍ରାଥମିକ କର୍ତ୍ତବ୍ୟ ବୋଲି କହିଛନ୍ତି ଏକାମ୍ର ବିଧାୟକ ବାବୁସିଂ।”ମାଆ ପାଇଁ ଗଛଟିଏ” ଅଭିଯାନ ଦ୍ୱାରା ପ୍ରକୃତି ସହିତ ମାତୃତ୍ୱର ଅବିଶ୍ୱାସନୀୟ ବନ୍ଧନକୁ ପାଳନ କରିବାରେ ଆମ ସହିତ ଯୋଗ ଦିଅନ୍ତୁ।ଆସନ୍ତୁ ସେମାନଙ୍କ ନାମରେ ଏକ ଗଛ ଲଗାଇ ଆମ ମାଆ ମାନଙ୍କୁ ସମ୍ମାନିତ କରିବା।ମିଳିତ ଭାବରେ, ଆମେ ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ,ସ୍ୱାସ୍ଥ୍ୟକର ଓଡ଼ିଶା ସୃଷ୍ଟି କରିପାରିବା। ପ୍ରତ୍ୟେକ ଦିନ ଗୋଟିଏ ଦିନ ଗୋଟିଏ ୱାର୍ଡ଼ ର ଏକ ଅଞ୍ଚଳ ରେ ବୃକ୍ଷ ରୋପଣ କରାଯିବ। ବୃକ୍ଷ ଆମ ଜୀବନର ଆଧାର ଅଟେ ଏହାର ସୁରକ୍ଷା ଆମର କର୍ତବ୍ୟ।ଆପଣମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହେବା ସହ ଏକ ସଚ୍ଛ ଓ ସୁନ୍ଦର ପରିବେଶ ପାଇଁ ଗୋଟିଏ ଗୋଟିଏ ଗଛ ଲଗାନ୍ତୁ । ଆପଣଙ୍କ ଅଞ୍ଚଳରେ ଥୁବା ଖୋଲା ସ୍ଥାନରେ ବୃକ୍ଷରୋପଣ ପାଇଁ ଆମକୁ ଯୋଗାଯୋଗ କରନ୍ତୁIସମସ୍ତଙ୍କୁ ଚାରା ସହିତ ଟ୍ରି ଗାର୍ଡ ମଧ୍ୟ ଯୋଗାଇ ଦିଆଯିବ ବୋଲି ଶ୍ରୀ ସିଂ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    48 %
    1.4kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ