Friday, September 20, 2024
24.1 C
Odisha

    ଲୁଟେରା ଓ ଦୁର୍ନୀତିଖୋରଙ୍କ ଆତ୍ମସୁରକ୍ଷା ଅଭିଯାନ କରୁଛି କଂଗ୍ରେସ: ମନୋଜ ମହାପାତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,୨୨/୦୮: ପ୍ରତ୍ୟେକ ପଲଟିକାଲ ପାର୍ଟିର ପଲିଟିକାଲ ଫିଲୋସଫି ଓ ଲୋକଙ୍କ ପାଇଁ କମିଟ୍‌ମେଂଟ୍ ଥାଏ, ଯାହା କଂଗ୍ରେସ ପାଖରେ ନାହିଁ । କଂଗ୍ରେସ ଦଳର ରାଜନୈତିକ କାର୍ଯ୍ୟକ୍ରମ ଲୋକଙ୍କ ସ୍ୱାର୍ଥ ପାଇଁ ନୁହେଁ ବରଂ ନେତମାନେ କରିଥିବା କଳାକାରନାମା ଉପରେ ପରଦା ପକାଇବା ପାଇଁ । ଅଭିଯୁକ୍ତ କିମ୍ବା ଅଭିଯୁକ୍ତଙ୍କ ପକ୍ଷଧର ତଦନ୍ତକାରୀ ସଂସ୍ଥା ଉପରେ ଚାପ ପ୍ରୟୋଗ କଲେ ଆଇନ୍‌ର ଶାସନ ଚାଲିବ ନାହିଁ, ବରଂ ଦେଶରେ ଅଶାନ୍ତି ଓ ବିଶୃଂଖଳା ସୃଷ୍ଟି କରିବ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।
    ଶ୍ରୀ ମହାପାତ୍ର କହିଛନ୍ତି ଯେ, ଇଡି ଅଫିସ୍ ଆଗରେ ଟେଂଟ୍ ପକାଇ ଫଟୋ ଉଠାଇ କଂଗ୍ରେସର ନେତାମାନେ ପଲିଟିକାଲ ଷ୍ଟଂଟ କରୁଛନ୍ତି । ସାରା ଭାରତବର୍ଷର ନିର୍ବାଚନ ସ୍ଥିିତିିକୁ ଯଦି ସମୀକ୍ଷା କରାଯିବ, ତାହାଲେ ବହୁତ ଆଂଚଳିକ ଦଳ କଂଗ୍ରେସଠାରୁ ଆଗରେ । ରାଜ୍ୟରେ କଂଗ୍ରେସ ଦଳ ତା’ର ପରିଚୟ ରଖିବା ପାଇଁ ସଂଘର୍ଷ କରୁଛି । ବହୁତ କଂଗ୍ରେସ ନେତାଙ୍କର ଧୋବଧବଳିଆ ଚେହେରା ତଳେ ଦୁର୍ନୀତି ଓ କଳାକାରନାମାର ଦାଗ ରହିଛି । ସେଥିପାଇଁ ଏମାନେ ଯେଉଁ ରାଜନୈତିକ କାର୍ଯ୍ୟକ୍ରମ କରୁଛନ୍ତି, ତାହା ରାଜନୈତିକ କାର୍ଯ୍ୟକ୍ରମ ନୁହେଁ ବରଂ ଲୁଟେରା ଓ ଦୁର୍ନୀତିଖୋରଙ୍କ ଆତ୍ମସୁରକ୍ଷା ଅଭିଯାନ ।
    ଏହି ଅବସରରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ