Tuesday, July 22, 2025
26.2 C
Odisha

    ଓଡିଶାରେ ସମବାୟର ଗତିକୁ ତୀବ୍ର କରିବାପାଇଁ କେନ୍ଦ୍ରୀୟ ସମବାୟ ମନ୍ତ୍ରୀ ଅମିତ ଶାହା ଘନ ଘନ ଗସ୍ତ କରିବେ: ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୦/୧୧: ସମବାୟ କ୍ଷେତ୍ରରେ ଓଡିଶାକୁ ଆଗକୁ ନେବାକୁ ପଡିବ । ଓଡିଶାରେ ଲୋକଙ୍କର ଆର୍ôଥକ ସ୍ଥିତିକୁ ବଦଳାଇବା ପାଇଁ ସମବାୟ କ୍ଷେତ୍ରର ବହୁତ ଆବଶ୍ୟକତା ଅଛି । ସରକାର ସମବାୟ ସଂସ୍ଥାରେ ସ୍ୱଚ୍ଛତା ଆଣିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି ବିଭାଗରୁ ଦୁର୍ନୀତି ବନ୍ଦ କରି ଉପଯୁକ୍ତ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ବିଜେପି ସରକାର । ଆଗାମୀ ଦିନରେ ଅର୍ଥନୈତିକ ସମତାଯୁକ୍ତ ସମାଜ ଗଠନରେ ସମବାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ କରିବାରେ ଏହି ସମବାୟ ସଂସ୍ଥା ଗୁରୁତ୍ୱବହନ କରିବ । ସେଥିପାଇଁ ଏହି ବିଭାଗକୁ ଚଳଚଂଚଳ କରାଯିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମବାୟ ବିଭାଗର କାର୍ଯ୍ୟ ଶ୍ରୀ ଅମିତ ଶାହାଙ୍କୁ ହସ୍ତାନ୍ତର କରାଯିବା ପରେ ଏହି ବିଭାଗ ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି । ସମବାୟ ସଂସ୍ଥାର ବିନା ସହଯୋଗରେ ରାଜ୍ୟର ବିକାଶ ଅସମ୍ଭବ । ତେଣୁ ଲୋକଙ୍କ ସରକାର ବିକଶିତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସମବାୟ ଅନୁଷ୍ଠାନକୁ ଗୁରୁତ୍ୱ ଦେଉଛନ୍ତି । ସେହି କାରଣରୁ ସେ ୩ମାସକୁ ଥରେ ଓଡିଶା ଗସ୍ତ କରି ସମବାୟ ଆନ୍ଦୋଳନ କିପରି ତୀବ୍ର ହେବ ଓ ଏଥିରେ ସମସ୍ତ ଲୋକ ଯୋଡି ହେବେ ସେଥିପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ୭୧ତମ “ଜାତୀୟ ସମବାୟ ସପ୍ତାହ”ର ସମାରୋପ ଉତ୍ସବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଯୋଗଦେଇ କହିଛନ୍ତି ।
    ଶ୍ରୀ ସାମଲ କହିଛନ୍ତି ଯେ, ଏକ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଯାଇ ସମବାୟ ସଂସ୍ଥା ଆରମ୍ଭ ହୋଇଥିଲା । ଏହା ଆଜି ବିଶାଳ ଦ୍ରୁମରେ ପରିଣତ ହୋଇଛି । ସାରା ଭାରତ ବର୍ଷରେ ୩୦ କୋଟି ସଦସ୍ୟ ଏବେ ଏଥିରେ ଯୋଡ଼ି ହୋଇଛନ୍ତି । ରାଜ୍ୟରେ ୫୦ ଲକ୍ଷରୁ ଅଧିକ ପରିବାର ଏହି ସଂସ୍ଥା ସହ ସିଧାସଳଖଭାବେ ଜଡ଼ିତ । ଏହି ସରକାର ଜରିଆରେ ଗରିବ ଲୋକ ଓ ଚାଷୀଙ୍କ ଆର୍ଥିକ ଉନ୍ନତି ଘଟାଇ ସେମାନେ ଯେପରି ସୁଖ ସମୃଦ୍ଧିରେ ଜୀବନ ବିତାଇବେ ସେଥିପ୍ରତି ରାଜ୍ୟ ସରାକର ସଂକଳ୍ପବଦ୍ଧ । କିନ୍ତୁ କେତେଜେଣ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି କାମ ବିଗାଡ଼ିବା ପାଇଁ ଚେଷ୍ଟା କରୁଛନ୍ତି । ଯେଉଁମାନେ ଦୁର୍ନୀତି କରିବେ ସେମାନଙ୍କୁ ଚିହ୍ନଟ କରାଯିବ । ଚାଷୀଙ୍କ ସ୍ୱାର୍ଥରେ ବାଧା ଆସିଲେ କ୍ଷମା ଦିଆଯିବ ନାହିଁ । ସେମାନଙ୍କୁ ଜେଲ ପଠାଯିବ । ନଭେମ୍ବର ୨୦ରୁ ଧାନ କିଣା ଆରମ୍ଭ ହେବ । ଏହି ଧାନ କିଣା ଯେପରି ସଠିକ୍ ଭାବେ ହେବ ସରକାର ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି । ପୂର୍ବ ସରକାର ଏଥିପ୍ରତି ଧ୍ୟାନ ନଦେଇ ଚାଷୀଙ୍କୁ ଶୋଷଣ କରୁଥିଲେ । ନବୀନ ପଟ୍ଟନାୟକ ବରଗଡ଼ର ସୋହେଲାଠାରେ ଆୟୋଜିତ ଚାଷୀ ସମାବେଶରେ ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦିଆଯିବ ବୋଲି କହିଥିଲେ । ମାତ୍ର କଥା ରଖି ନ ଥିଲେ । କିନ୍ତୁ ବିଜେପି ରାଜ୍ୟରେ ଶାସନଭାର ସମ୍ଭାଳିବା ପରେ ଏଥିପାଇଁ ପଦେକ୍ଷପ ନେଇଛି । କେନ୍ଦ୍ରରେ ଶ୍ରୀ ମୋଦିଜୀ ଧାନର ସହାୟକ ମୂଲ୍ୟ କୁଇଂଟାଲ ପିଛା ୨୩୦୦ ଟଙ୍କା ବୃଦ୍ଧି କରିଥିବାବେଳେ ରାଜ୍ୟ ସରକାର ୮୦୦ ଟଙ୍କା ବୃଦ୍ଧି କରିଛନ୍ତି । ଏଭଳି ଭାବେ ମୋଟ୍ ୩୧୦୦ ଟଙ୍କା ଚାଷୀଙ୍କୁ କୁଇଂଟାଲ ପିଛା ପ୍ରଦାନ କରାଯିବ । ଡିସେମ୍ବର ୮ରେ ସୋହେଲାଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଚାଷୀ ସମାବେଶରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବାକୁ ଥିôବା ଟଙ୍କା ପ୍ରଦାନ କରାଯିିବ ।
    ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ସମବାୟ, ହସ୍ତତନ୍ତ ଓ ବୟନ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗଦେଇ କହିଛନ୍ତି ଯେ, ରାଜ୍ୟର ପ୍ରତ୍ୟେକ ପଂଚାୟତର ବହୁମୁଖୀ ସମବାୟ ସମିତି ଗଠନ ହେବ । ବିଜେଡି ସରକାର ସମୟରେ ଏହି ସଂସ୍ଥା ଦୁର୍ନୀତିର ଗନ୍ତାଘର ସାଜିଥିଲା । ବିଜେପି ସରକାର ଆସିବା ପରେ ଏହି ସଂସ୍ଥାକୁ ଦୁର୍ନୀତି ମୁକ୍ତ କରି ଚାଷୀ ଓ ଗରିବ ଲୋକଙ୍କ ଆର୍ôଥକ ଉନ୍ନତି ଘଟାଇବାକୁ ବଦ୍ଧପରିକର ।
    ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଆଗାମୀ ଦିନରେ ସ୍ଥାନୀୟ ସମବାୟ ସମିତି ଗ୍ରାମ୍ୟ ଅର୍ଥନୀତିର ପ୍ରାଣକେନ୍ଦ୍ର ହେବ ବୋଲି କହିଛନ୍ତି ।
    କାର୍ଯ୍ୟକ୍ରମ ପ୍ର୍ରାରମ୍ଭରେ ରାଜ୍ୟ କାର୍ଯ୍ୟାଳୟରେ ପ୍ରଥମେ ମଧୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ସମବାୟ ସଙ୍ଗୀତ ଗାନ କରାଯାଇଥିଲା । ଏହି ଉପଲକ୍ଷେ ଏକ ଆଲୋଚନାଚକ୍ରରେ ଡଃ ହରେକୃଷ୍ଣ ମିଶ୍ର, ପ୍ରତାପ ଚନ୍ଦ୍ର ସାମଲ ଓ ଯଜେ୍ଞଶ୍ୱର ବାବୁ ଯଥାକ୍ରମେ “ବିକଶିତ ଭାରତ ଗଠନରେ ସମବାୟର ଭୂମିକା”, “ସମବାୟରୁ ସମୃଦ୍ଧି” ଓ “ଓଡିଶାରେ ସମବାୟ ଆନ୍ଦୋଳନ” ପ୍ରମୁଖ ଶୀର୍ଷକ ଥିଲା । ସମାରୋପ ଉତ୍ସବରେ ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ରହି ରାଜ୍ୟର ସମବାୟ କ୍ଷେତ୍ରରେ କାମ କରିଥିବା ୩୬ଜଣ ସମବାୟ ପ୍ରେମୀଙ୍କୁ ଉପଡୌକନ ଓ ମାନପତ୍ର ଦେଇ ସମ୍ମାନିତ କରିବା ସହ ସେମାନଙ୍କର ଆନ୍ଦୋଳନକୁ ଭୂୟସୀ ପ୍ରଂଶସା କରି ଆଗାମୀ ଆହ୍ୱାନକୁ ମିଳିତଭାବେ ନିଭାଇବା ପାଇଁ ଅନୁରୋଧ କରିଥିଲେ । ପରିଶେଷରେ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଦ୍ୱାରା ସମବାୟ ପତାକା ଅବତରଣ କରାଯାଇଥିଲା ।
    ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ସମବାୟ ମନ୍ତ୍ରୀ ଅରବିନ୍ଦ ଢାଲି, ରାଜ୍ୟ ସାଧାରଣ ସଂପାଦକ ସାରଦା ପ୍ରସାଦ ଶତପଥି, ସୁଦର୍ଶନ ନାୟକ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଅଶୋକ ମିଶ୍ର, ଶେଷ କୁମାର ମେହେର, ଅକ୍ଷୟ କୁମାର ମହାନ୍ତି, ଇଂ.ଅଜୟ ସାହୁ, ରଞ୍ଜିତ ଆଚାର୍ଯ୍ୟ, କହ୍ନେୟା ଝା, ସହକାର ଭାରତୀ ରାଜ୍ୟ ସଭାପତି କୃଷ୍ଣ ବଲ୍ଲଭ ସାହୁ, ଅମୀତା ନନ୍ଦ, ସରୋଜକାନ୍ତ ସାହୁ, ଆଶିଷ ପାତ୍ର, ଜୟକୃଷ୍ଣ ଦାସ, ବନ୍ଦନା ଦାସ କାନୁନ୍‌ଗୋ, ସୁଚରିତା ଜେନାମଣି, ପ୍ରଦୀପ ଦାସ, ସୁକାନ୍ତ ପଣ୍ଡାଙ୍କ ସମେତ ବହୁ ସମବାୟ ପ୍ରେମୀ ଉପସ୍ଥିତ ଥିଲେ ।

    (ବିଜେପି ମିଡିଆ ସେଲ୍‌)

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.2 ° C
    26.2 °
    26.2 °
    86 %
    1.7kmh
    95 %
    Tue
    26 °
    Wed
    33 °
    Thu
    32 °
    Fri
    25 °
    Sat
    24 °

    ସମ୍ବନ୍ଧିତ