Monday, September 14, 2026
24.7 C
Odisha

    ବିଲଡରଙ୍କୁ କୋଟିଏ ଟଙ୍କାର ଠକେଇ ଘଟଣା : ଓ୍ୱେବ୍ ପୋର୍ଟାଲ ସାମ୍ବାଦିକ ସୁରଜିତ ଧଳଙ୍କୁ ବାନ୍ଧିଲା EOW

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ବିଲଡରଙ୍କୁ କୋଟିଏ ଟଙ୍କାର ଠକେଇ ଘଟଣାରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକ ସୁରଜିତ ଧଳଙ୍କ ବାନ୍ଧିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) । ବିଲଡର କଳିଙ୍ଗ କେଶରୀ ରଥଙ୍କ ଅଭିଯୋଗ ଆଧାରରେ ଓ୍ୱେବ୍ ପୋର୍ଟାଲ‘ରିପୋଟର୍ସ ଟୁଡେ’ ଓ ଖବର କାଗଜ ‘ମହାଭାରତ’ ମାଲିକ ସୁରଜିତ ଧଳଙ୍କୁ ଗିରଫ କରାଯାଇଥିବା ଅର୍ଥନୈତିକ ଅପରାଧ ଶାଖା ପ୍ରେସ ବିବୃତିରେ ଜଣାଇଛି।ସାମ୍ବାଦିକ ସୁଜିତ ଧଳ ବିଲଡର କଳିଙ୍ଗ କେଶରୀ ରଥଙ୍କୁ ବିଡିଏର ଆପ୍ରୁଭାଲ ପାଇଁ କୋଟିଏ ଟଙ୍କା ସହ ଦୁଇଟି ଦାମୀ ଗାଡି ନେଇଥିଲେ। ସୁଜିତ ଧଳ ନିଜର ବଡ଼ ଲୋକଙ୍କ ସହ ଚିହ୍ନା ଥିବା କହିବା ସହ ସେ ସବୁକାମ ସହଜରେ କରିଦେବ ବୋଲି ବିଲଡର କଳିଙ୍ଗ କେଶରୀ ରଥଙ୍କୁ କହିଥିଲେ। ଏଥି ନେଇ ସୁରଜିତ ଧଳ କୋଟିଏ ଟଙ୍କା ନଗଦ ଓ ବ୍ୟାଙ୍କ ଆକାଉଣ୍ଟକୁ ଅଭିଯୋଗକାରୀ କଳିଙ୍ଗ କେଶରୀ ରଥଙ୍କ ନିକଟରୁ ନେଇଥିଲେ। କେବଳ ଟଙ୍କା ନୁହେଁ ଦୁଇଟି ଦାମୀ କାର‘ ମର୍ସିଡିଜ୍ ଏବଂ ଅଡି ’ ମଧ୍ୟ ନେଇଥିଲେ।

    ଅଭିଯୋଗକାରୀ ବିଲଡର କଳିଙ୍ଗ କେଶରୀ ରଥ କିଛି ଦିନ ପରେ କାମ ନହେବାରୁ ଟଙ୍କା ସହ କାର ଫେରସ୍ତ ମାଗିବାରୁ ଅଭିଯୁକ୍ତ ସୁରଜିତ ଧଳ ଟଙ୍କା ଫେରସ୍ତ କରିବାକୁ ମନା କରିଦେଇଥିଲେ। ଏଥି ସହିତ ଅଭିଯୋଗକାରୀ ବିଲଡର କଳିଙ୍ଗ କେଶରୀ ରଥଙ୍କୁ ମଧ୍ୟ ଧମକ ଚମକ ଦେଇଥିଲେ ସୁଜିତ ଧଳ। ଯାହା ପରେ ୧୪.୧୧.୨୦୨୩ରେ ଏନେଇ ବିଲଡର କଳିଙ୍ଗ କେଶରୀ ରଥ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେ ମାମଲା ଦାୟର କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.2kmh
    6 %
    Mon
    25 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ