Saturday, July 27, 2024
24.6 C
Odisha

    ଦିଲ୍ଲୀରେ ହେବ ମେଣ୍ଟ ଫୈସଲା ! ଚାଲିଛି ଜୋରଦାର ଅଙ୍କକଷା । ଆସନ ଭାଗବଣ୍ଟାରେ ଅଟକିଛି କି ମେଣ୍ଟ ?

    ଆଗକୁ ପଢନ୍ତୁ

    ଦିଲ୍ଲୀରେ ହେବ ମେଣ୍ଟ ଫୈସଲା । ଚାଲିଛି ବିଜେପିର ମାରାଥନ ବୈଠକ । ଆସନ ଭାଗବଣ୍ଟାକୁ ନେଇ ଚାଲିଛି କସରତ । ଲୋକସଭା, ବିଧାନସଭାରେ କେତେ ଆସନରେ ଲଢ଼ିବ ଦଳ, ସେ ନେଇ ଚାଲିଛି ମାନସମନ୍ଥନ । ଆଜି ରାତିରେ ପ୍ରଧାନମନ୍ତ୍ରୀ ଓ ଅମିତ୍ ଶାହଙ୍କୁ ଭେଟିବ ରାଜ୍ୟ ବିଜେପି ଟିମ୍ । ଓଡ଼ିଶାର କେତେ ସିଟରେ ଲଢ଼ିବ, ସେ ନେଇ ଦେବ ପୂରା ପରିସଂଖ୍ୟାନ । ଆଜି ରାତିରେ ଆସିପାରେ ମେଂଟର ବଡ଼ ଖବର । ତେବେ ଆସନ ଭାଗବଣ୍ଟାରେ ମେଣ୍ଟ ଅଟକିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ
    କିଏ କେତେ ଆସନ ଚାହୁଁଛି? ଜାଣନ୍ତୁ… ଫର୍ମୁଲା-୧
    -ଲୋକସଭା: ବିଜେପି ୧୩, ବିଜେଡି ୮
    -ବିଧାନସଭା: ବିଜେଡି ୯୮, ବିଜେପି ୪୯
    ଲୋକସଭାରେ ଦୁଇ ତୃତୀୟାଂଶ ଆସନରେ ଲଢ଼ିବ ବିଜେପି
    ବିଧାନସଭାରେ ଦୁଇ ତୃତୀୟାଂଶ ଆସନରେ ଲଢ଼ିବ ବିଜେଡି

    ଫର୍ମୁଲା-୨
    -ଲୋକସଭା: ବିଜେପି ୧୪, ବିଜେଡି ୭
    -ବିଧାନସଭା: ବିଜେଡି ୯୧, ବିଜେପି ୫୬
    ୧୪ ଲୋକସଭା ଆସନରେ ଲଢ଼ିବ ବିଜେପି
    ୧୪ ଲୋକସଭା କ୍ଷେତ୍ରରେ ୩ଟି ଲେଖାଏଁ ବିଧାନସଭା ରହିବ
    ଅର୍ଥାତ୍ ମୋଟ ୪୨ଟି ବିଧାନସଭା ଆସନ
    ସେହିପରି ୭ଟି ଲୋକସଭା ଆସନରେ ଲଢ଼ିବ ବିଜେଡି

    ଫର୍ମୁଲା-୩
    ବିଜେପିର ଦାବି
    ୨୦୧୯ରେ ଜିତିଥିବା ୨୩ଟି ବିଧାନସଭା ଆସନ ବଜାୟ ରଖିବା ପାଇଁ ଦାବି
    ତା’ସହିତ ଅଳ୍ପ ବ୍ୟବଧାନରେ ହାରିଥିବା ସିଟ୍ ଗୁଡ଼ିକର ତାଲିକା ପ୍ରସ୍ତୁତ କରି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଏ ସଂକ୍ରାନ୍ତରେ ବିଚାରବିର୍ମଶ କରିଛି । ଆଉ ଆଜି ଶୀର୍ଷ ନେତୃତ୍ୱଙ୍କୁ ଏହି ତାଲିକା ପ୍ରଦାନ କରାଯିବ । ତେବେ ଅପେକ୍ଷା ରହିଲା କଣ ଆସୁଛି ଫଳାଫଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ