Monday, May 20, 2024
25.6 C
Odisha

    ଶୀଘ୍ର ସାରିନିଅନ୍ତୁ ଏହି ୮ ଜରୁରୀ କାମ: ମାର୍ଚ୍ଚ ମାସରେ ସରୁଛି ଶେଷ ତାରିଖ

    ଆଗକୁ ପଢନ୍ତୁ

    ବର୍ଷରେ ଏମିତି କିଛି ମାସ ରହିଥାଏ ଯେଉଁ ମାସରେ କିଛି ଜରୁରୀ କାମର ଶେଷ ତାରିଖ ରହିଥାଏ । ଆଉ ଏହି ଜରୁରୀ କାମକୁ ନକଲେ ଆପଣ ହଇରାଣରେ ପଡିପାରନ୍ତି । ତେଣୁ ସମୟ ଥାଉ ଥାଉ ଡେଡଲାଇନ ଭିତରେ କାମ ସାରିଦେବା ଦରକାର । ନଚେତ ଆପଣ ହଇରାଣ ହୋଇପାରନ୍ତି । ତେବେ ଚଳିତ ମାର୍ଚ୍ଚ ମାସରେ ବି ୮ ଗୁରୁତ୍ୱପୂର୍ଣ୍ଣ କାମର ଡେଡଲାଇନ ରହିଛି । ମାର୍ଚ୍ଚ ମାସ ଭିତରେ ଯଦି ଆପଣ ଏହି କାମକୁ ନସାରନ୍ତି ତେବେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେବେ ନଜର ପକାନ୍ତୁ ଏହି ୮ ଗୁରୁତ୍ୱପୂର୍ଣ୍ଣ କାମ ଉପରେ –
    ଆଧାରକାର୍ଡ ଅପଡେଟ୍
    ଯଦି ଆପଣ ନିଜର ଆଧାରକାର୍ଡ ଅପଡେଟ କରିବାକୁ ଚାହୁଁଛନ୍ତି ତେବେ ମାର୍ଚ୍ଚ ୧୪ ଯାଏଁ ଫ୍ରିରେ ଅପଡେଟ କରିପାରିବେ । ଏହାପରେ ଯଦି ଆପଣ ଆପଣଙ୍କ ଆଧାର ଅପଡେଟ କରନ୍ତି ତେବେ ଏଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ହେବ । ପୂର୍ବରୁ ସରକାର ୧୦ ବର୍ଷ ପୁରୁଣା ଆଧାରକାର୍ଡକୁ ଅପଡେଟ କରିବାକୁ କହିଥିଲେ । ପେଟିଏମ ପେମେଣ୍ଟ ବ୍ୟାଙ୍କର ସମୟ ସୀମା
    ପେଟିଏମ ପେମେଣ୍ଟ ବ୍ୟାଙ୍କର ସର୍ଭିସକୁ ୧୫ ମାର୍ଚ୍ଚ ଯାଏଁ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲା ଆରବିଆଇ । ଏହାପରେ ପେଟିଟିଏ ପେମେଣ୍ଟ ବ୍ୟାଙ୍କର ସବୁ ସୁବିଧା ବନ୍ଦ କରିଦିଆଯିବ । ଏହାସହ ଗ୍ରାହକ ଆକାଉଣ୍ଟର ଡିପୋଜିଟରେ ବି ରୋକ ଲଗାଇଦିଆଯିବ । ଏହାବ୍ୟତୀତ କ୍ରେଡିଟ ଟ୍ରାଞ୍ଜାକ୍ସନ ବି ସମ୍ଭବ ହେବ ନାହିଁ । ଏଭଳି ସ୍ଥିତିରେ ଆପଣ ଆପଣ ଜମା ଟଙ୍କାକୁ ଉଠାଇ ଅନ୍ୟ କେଉଁଠି ଡିପୋଜିଟ କରିପାରିବେ ।

    ଏସବିଆଇ ଏଫଡିରେ ନିବେଶର ଶେଷ ସୁଯୋଗ
    ଏସବିଆଇ ଅମୃତ କଳସରେ ନିବେଶ କରିବାର ଶେଷ ତାରିଖ ହେଉଛି ୨୦୨୪ ମାର୍ଚ୍ଚ ୩୧ । ଏସବିଆଇର ୱେବସାଇଟ ଅନୁସାରେ ୭.୧୦ ପ୍ରତିଶତ ସୁଧରେ ୪୦୦ ଦିନର ସ୍ପେଶାଲ ଏଫଡିର ଲାଭ ଉଠାଇପାରିବେ । ସେହିପରି ବରିଷ୍ଠ ନାଗରିକଙ୍କୁ ଏହି ଏଫଡି ମାଧ୍ୟମରେ ୭.୬୦ ପ୍ରତିଶତ ସୁଧ ଦିଆଯିବ ।

    ଏସବିଆଇ ହୋମଲୋନ ଡିସକାଉଣ୍ଟ
    ଏସବିଆଇ ଉଇକେୟାରରେ ଦିଆଯାଇଥିବା ସୁଧ ଦର ୭.୫୦ ପ୍ରତିଶତ ଅଛି । ବରିଷ୍ଠ ନାଗରିକଙ୍କ ପାଇଁ ଉଇକେୟାରରେ ନିବେଶ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ରହିଛି । ସେହିପରି ଏସବିଆଇ ହୋମଲୋନରେ ବିଶେଷ ଅଭିଯାନ ଛାଡ ମାର୍ଚ୍ଚ ୩୧ ଯାଏଁ ରହିଛି । ଏହି ଛାଡ ଫ୍ଲେକ୍ସିପେ, ଏନଆରଆଇ ଓ ବେତନ ପ୍ରାପ୍ତ ହୋଇନଥିବା ହୋମଲୋନ ଉପରେ ସିଭିଲ ସ୍କୋର ହିସାବରେ ଛାଡ ଦିଆଯିବ ।

    ଆଇଡିବିଆଇ ବ୍ୟାଙ୍କର ସ୍ପେଶାଲ ଏଫଡି
    ଆଇଡିବିଆଇ ବ୍ୟାଙ୍କର ସ୍ପେଶାଲ ଏଫଡି ୩୦୦ ଦିନ, ୩୭୫ ଦିନ, ୪୪୪ ଦିନ କ୍ରମରେ ୭.୦୫ ପ୍ରତିଶତ, ୭.୧୦ ପ୍ରତିଶତ ଓ ୭.୨୫ ପ୍ରତିଶତ ସୁଧ ଦର ଦେଇଥାଏ । ଏହି ଏଫଡିରେ ଟଙ୍କା ଲଗାଇବାର ଡେଡଲାଇନ ୩୧ ମାର୍ଚ୍ଚ ୨୦୨୪ ରହିଛି ।

    ଟ୍ୟାକ୍ସ ସେଭିଙ୍ଗ ଡେଡଲାଇନ
    ଯଦି ଆପଣ ଟ୍ୟାକ୍ସ ପାଇଁ ଟଙ୍କା ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ବିତିୟ ବର୍ଷ ୨୦୨୩-୨୪ ପାଇଁ ଟ୍ୟାକ୍ସ ସେଭ କରିବାର ଶେଷ ସମୟ ୩୧ ମାର୍ଚ୍ଚ ରହିଛି । ଏଥିପାଇଁ ଆପଣଙ୍କୁ ପୂର୍ବରୁ କୌଣସି ବି ଟ୍ୟାକ୍ସ ସେଭିଙ୍ଗ ସ୍କିମରେ ନିବେଶ କରିବାକୁ ହେବ ।

    ଆଡଭାନ୍ସ ଟ୍ୟାକ୍ସର ଚତୁର୍ଥ କିସ୍ତି
    ବିତିୟ ବର୍ଷ ୨୦୨୩-୨୪ ଆଡଭାନ୍ସ ଟ୍ୟାକ୍ସର ଚତୁର୍ଥ କିସ୍ତି ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୧୫ ତାରିଖ ରହିଛି । ଏହି ତାରିଖ ଭିତରେ ଆପଣ ଆଡଭାନ୍ସ ଟ୍ୟାକ୍ସର ଫାଇନାଲ କିସ୍ତି ଦାଖଲ କରିପାରିବେ ।

    ଫାସ୍ ଟ୍ୟାଗ୍ କେୱାଇସି ଅପଡେଟ
    ଯଦି ଆପଣ ଫାସ ଟ୍ୟାଗ ୟୁଜର ତେବେ ମାର୍ଚ୍ଚ ୧୫ ଭିତରେ ଏହାର କେୱାଇସି ଅପଡେଟ କରିନିଅନ୍ତୁ । ନଚେତ ଟୋଲ ଗେଟରେ ଯିବା ସମୟରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.6 ° C
    25.6 °
    25.6 °
    80 %
    2.2kmh
    0 %
    Sun
    25 °
    Mon
    41 °
    Tue
    43 °
    Wed
    42 °
    Thu
    40 °

    ସମ୍ବନ୍ଧିତ