Sunday, October 4, 2026
29.6 C
Odisha

    ବିବାଦରେ ଆଲିଆ!

    ଆଗକୁ ପଢନ୍ତୁ

    ୱେବ୍‌ ଧାରାବାହିକ ‘ପୋଚର୍‌’ ମନୋରଞ୍ଜନ ଦୁନିଆରେ ହଇଚଇ ସୃଷ୍ଟି କରିଛି। ଏହି ଧାରାବାହିକଟି କେରଳର ମାଲାୟାତୂର ଇଲାକାର ଦନ୍ତାହାତୀ ଶିକାର ଭଳି ଏକ ବାସ୍ତବ ଘଟଣା ଉପରେ ଆଧାରିତ। ଅଭିନେତ୍ରୀ ଆଲିଆ ଭଟ୍ଟ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଅଛନ୍ତି। ଏଣେ ସେ ମଧ୍ୟ ବିଳାସପୂର୍ଣ୍ଣ ବ୍ୟାଗ୍‌, ଜୋତା ଓ ଅନ୍ୟାନ୍ୟ ସାମଗ୍ରୀର ନିର୍ମାତା ଗୁଚି କମ୍ପାନିର ବିଶ୍ବ ଆମ୍ବାସଡର୍‌ ଭାବେ କାମ କରୁଛନ୍ତି। ନିକଟରେ ଗୁଚି କମ୍ପାନିର ଏକ ବ୍ୟାବସାୟିକ କାର୍ଯ୍ୟକ୍ରମରେ ଆଲିଆ ବାଛୁରି ଚମଡ଼ାରେ ନିର୍ମିତ ଏକ ହ୍ୟାଣ୍ଡ୍‌ବ୍ୟାଗ୍‌ ଧରି ମଞ୍ଚରେ ଦେଖିବାକୁ ମିଳିଥିଲେ।
    ସଂପୃକ୍ତ ଘଟଣାର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଲା ପରେ ଆଲିଆ ବିବାଦୀୟ ହୋଇ ପଡ଼ିଛନ୍ତି। ତାଙ୍କୁ ଲୋକମାନେ ଜଣେ କପଟାଚାରୀ ଅଭିନେତ୍ରୀ ବୋଲି ଆକ୍ଷେପ କରିଛନ୍ତି। ସେ ହାତୀ ଶିକାର ବିରୋଧରେ ସଚେତନତା ସୃଷ୍ଟି ପାଇଁ ଏକ ଧାରାବାହିକର ପ୍ରୋତ୍ସାହନ କରୁଥିବା ବେଳେ ନିଜେ ପଶୁ ଚମଡ଼ାରେ ତିଆରି ବ୍ୟାଗ୍‌ ବ୍ୟବହାର କରିବା ତାଙ୍କ ନିକୃଷ୍ଟ ମାନସିକତାର ପରିଚାୟକ ବୋଲି କେହି କେହି କହିଛନ୍ତି। ପଶୁ ସୁରକ୍ଷା ପାଇଁ ଧାରାବାହିକ କରି ସେ କୋଟି କୋଟି ଟଙ୍କା ଆୟ କରୁଥିବା ବେଳେ ଗୁଚିର ବିଜ୍ଞାପନ ଟଙ୍କା ପାଇଁ ସେ ପଶୁ ସୁରକ୍ଷା କଥା ଭୁଲିଗଲେ ବୋଲି ଅନେକ ଟିପ୍ପଣୀ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୩ରେ ଆଲିଆ ପ୍ରଥମ ଭାରତୀୟ ଭାବେ ଗୁଚି କମ୍ପାନିର ବିଶ୍ବ ଆମ୍ବାସଡର୍‌ ସାଜି ଇତିହାସ ରଚିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ