Thursday, March 26, 2026
30.8 C
Odisha

    ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଆରମ୍ଭ, ଆସିପାରେ ପ୍ରଥମ ପ୍ରାର୍ଥୀ ତାଲିକା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି। ଏହି ବୈଠକରେ ଦଳର ସଭାପତି ଜେପି ନଡ୍ଡା ଅଧ୍ୟକ୍ଷତା କରୁଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଉପସ୍ଥିତ ଅଛନ୍ତି। ଏହି ବୈଠକ ପରେ ବିଜେପି ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ ବୋଲି କୁହାଯାଉଛି। ଏହି ତାଲିକାରେ ୧୦୦ରୁ ଅଧିକ ପ୍ରାର୍ଥୀ ରହିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବ୍ୟତୀତ ଆହୁରି ଅନେକ ହାଇପ୍ରୋଫାଇଲ୍ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଏହି ପ୍ରଥମ ତାଲିକାରେ ରହିପାରେ।
    ଏହାବ୍ୟତୀତ ୨୦୧୯ରେ ବିଜେପି ହାରିଥିବା ଆସନଗୁଡ଼ିକର ନାମ ଏହି ତାଲିକାରେ ରହିବ। ବିଜେପି ଏହି ଆସନଗୁଡିକ ପାଇଁ ପ୍ରାର୍ଥୀଙ୍କ ନାମ ଠିକ୍ ସମୟରେ ଘୋଷଣା କରିବାକୁ ଚେଷ୍ଟା କରୁଛି ଯାହାଦ୍ୱାରା ସେମାନେ ପ୍ରଚାର ପାଇଁ ଅଧିକ ସମୟ ପାଇପାରିବେ ।

    ବୁଧବାର (ଫେବ୍ରୁଆରି ୨୮) ସନ୍ଧ୍ୟାରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳର କୋର ଗ୍ରୁପ୍ ବୈଠକ ବସିଥିଲା। ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦଳର ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା ହୋଇଥିଲା। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେପିର ପ୍ରଥମ ତାଲିକାରେ ପିଏମ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାମ ସାମିଲ ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    20 %
    2.9kmh
    0 %
    Thu
    32 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ