Saturday, July 27, 2024
24.8 C
Odisha

    ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ବିଜେପି ବିଧାୟକ ଓ ସାଂସଦ

    ଆଗକୁ ପଢନ୍ତୁ

    ଦିଲ୍ଲୀ ଯିବେ ବିଜେପି ବିଧାୟକ । ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ ୨୨ ବିଧାୟକ । ମଙ୍ଗଳବାର ରାତିରେ ସମସ୍ତ ବିଧାୟକ ଦୁଇ ଦିନିଆ ଦିଲ୍ଲୀ ଅଭିମୁଖେ ବାହାରିବେ ବୋଲି ଜଣାପଡିଛି । ୨୦ ଓ ୨୧ ତାରିଖ ଦୁଇ ଦିନ ସେମାନଙ୍କର ଦିଲ୍ଲୀରେ ରହଣି କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଓ ଅନ୍ୟ ପ୍ରମୁଖ ନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଏହି ସାକ୍ଷାତ ସମୟରେ ବିଧାୟକଙ୍କ ସହିତ ସାଂସଦମାନେ ମଧ୍ୟ ଓଡ଼ିଶାର ଏବେର ସ୍ଥିତି ନେଇ ଦଳୀୟ ନେତୃବର୍ଗଙ୍କ ଦୃଷ୍ଟି ଆକର୍ଷଣ କରିବେ । ବିଧାନସଭା ସହିତ ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ରହିଛି । ରାଜ୍ୟ ବିଜେପି ତେଣୁ ଏବେ ପ୍ରସ୍ତୁତ ହେବା ଆରମ୍ଭ କରିଛି । ନିକଟରେ ଦେଶର ୫ଟି ରାଜ୍ୟରେ ସଂପନ୍ନ ହୋଇଥିବା ବିଧାନସଭା ନିର୍ବାଚନରେ ୩ଟି ବଡ଼ ରାଜ୍ୟରେ ବିଜେପିର ବୃହତ୍ ବିଜୟ ହୋଇଛି । ଏହାପରେ ଉତ୍ସାହିତ ଅଛନ୍ତି ରାଜ୍ୟ ବିଜେପି ନେତା । ଓଡିଶାରେ ମଧ୍ୟ ସମାନ ଫଳାଫଳ ଦୋହରାଇବା ଲକ୍ଷ୍ୟରେ ଅଛି ରାଜ୍ୟ ବିଜେପି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ