Tuesday, March 3, 2026
30.7 C
Odisha

    ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୦୯/୦୪: ବୈଶାଖ ମାସ ଆରମ୍ଭ ହୋଇନାହିଁ । ଓଡ଼ିଶାରେ ଜଳ କଷ୍ଟ କେତେ ଉତ୍କଟ ହୋଇଛି ତାହା ପ୍ରତ୍ୟେକ ଦିନ ଗଣମାଧ୍ୟମରେ ଅବଗତ ହେଉଛନ୍ତି ଓଡ଼ିଶାବାସୀ । ରାଜନୈତିକ ପ୍ରକ୍ରିୟା ଭିତରେ କେନ୍ଦ୍ରୀୟ ଜଳ ଆୟୋଗ ଗତ ଦୁଇଦିନ ତଳେ ଗୋଟିଏ ଖବର ପ୍ରସାରଣ କରିଥିଲେ- ଦକ୍ଷିଣ ଓଡିଶାରେ ୪ଟି ନଦୀ ସମ୍ପୂର୍ଣ୍ଣ ଶୁଖିଯାଇଛି । ମହାନଦୀର ଜଳ ପିଇବା ଯୋଗ୍ୟ ନୁହେଁ । ହୀରାକୁଦରେ ଜଳସ୍ତର କମିବା ସହ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ନଦୀ, ନାଳ, କେନାଲରେ ଜଳସ୍ତର କମିବାରେ ଲାଗିଛି । ଚାଷ, ପିଇବା ପାଣି, ଜୀବଜନ୍ତୁ ଏବେ ପାଣି ପାଇଁ ହାହାକାର ଦେଖାଦେଉଛି । ହିରାକୁଦକୁ ଛାଡି ମହାନଦୀ ଶଯ୍ୟାରେ ଦୁଇଟି ଜଳଭଣ୍ଡାର କରାଯାଇଛି ସେଠି ମଧ୍ୟ ଜଳସ୍ତର ବହୁ ମାତ୍ରାରେ କମିଯାଇଛି । ମଣିଷର ପ୍ରଥମ ପ୍ରାଥମିକତା ହେଉଛି ପାନୀୟଜଳ, ଦ୍ୱିତୀୟ ପ୍ରାଥମିକତା ହେଉଛି ଜମିକୁ ଜଳ, ତୃତୀୟରେ ଶିଳ୍ପକୁ ଜଳ । କିନ୍ତୁ ରାଜ୍ୟ ସରକାର ଶିଳ୍ପକୁ ପାଣି ଯୋଗାଇବାରେ ପ୍ରାଥମିକତା ଦେଉଛନ୍ତି । ୨୪ବର୍ଷ ଶାସନ କ୍ଷମତାରେ ରହି ମଧ୍ୟ ଜଳ ସଂରକ୍ଷଣ ବ୍ୟବସ୍ଥାରେ ଫେଲ ହୋଇଥିବା ନବୀନ ସରକାର ରାଜ୍ୟରେ ସାମାନ୍ୟ ଜଳଭଣ୍ଡାର କରିବାରେ ବିଫଳ ହୋଇଛନ୍ତି ବୋଲି ସାଂସଦ ଶ୍ରୀ ଭତୃହରି ମହତାବ କହିଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହତାବ କହିଛନ୍ତି ଯେ, ଯଶ୍ୱସୀ ମୋଦୀ ସରକାର ଓଡ଼ିଶାବାସୀଙ୍କୁ ସ୍ୱଚ୍ଛ, ନିର୍ମଳ ପାନୀୟ ଜଳ ପାଇଁ “ହର ଘର ନଲ ପେ ଜଳ” ଯୋଜନା ଜରିଆରେ ପ୍ରଚୁର ମାତ୍ରାରେ ଆର୍ଥିକ ଅନୁଦାନ ପ୍ରଦାନ କରୁଥିବାବେଳେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ତାହା କାର୍ଯ୍ୟକାରୀ ହୋଇନପାରି ଫେରିଯାଉଛି । ଓଡ଼ିଶାର ପ୍ରତ୍ୟେକ ଘରେ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ମୋଦିଜୀ ୫ବର୍ଷରେ ୧୦ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କା ପ୍ରଦାନ କରିଛନ୍ତି । କିନ୍ତୁ ସିଏଜି ରିପୋର୍ଟ କହୁଛି ଯେ, ମାତ୍ର ୮ଶହ ୨୪କୋଟି ଟଙ୍କା ରାଜ୍ୟ ରକାର ଖର୍ଚ୍ଚ କରିପାରିଛନ୍ତି । ଓଡ଼ିଶାର ବଜେଟ୍ ଅଢ଼େଇ ଲକ୍ଷ କୋଟି ଟଙ୍କାରେ ପହଂଚିଲାଣି । ଓଡ଼ିଶା ରାଜ୍ୟର ରାଜସ୍ୱ ୧ଲକ୍ଷ କୋଟି ଟଙ୍କାରେ ପହଂଚିଲାଣି । ୫୦ ରୁ ୫୩ହଜାର କୋଟି ଟଙ୍କା ମାଇନିଙ୍ଗ ସେକ୍ଟରରୁ ଓଡ଼ିଶାକୁ ମିଳୁଛି । ଓଡ଼ିଶାରେ ଅର୍ଥର ଠିକ୍ ବିନିଯୋଗ ହୋଇପାରୁନାହିଁ । ଫଳରେ ଓଡ଼ିଶାର ଗ୍ରାମାଚଂଳର ୨୪ଲକ୍ଷ ପରିବାର ଓ ସହରାଚଂଳରେ ୩୧ପ୍ରତିଶତ ଶୁଦ୍ଧ ପାନୀୟଜଳ ପାଇବାରୁ ବଂଚିତ ହେଉଛନ୍ତି ।
    ମହାନଦୀ କୁଳରେ ବସବାସ କରୁଥିବା କଟକ ଜିଲ୍ଲାବାସୀ ପାନୀୟ ଜଳରୁ ବଂଚିତ ହେଉଛନ୍ତି । ଦିନେ ମୁଖ୍ୟମନ୍ତ୍ରୀ ମହାଶୟ ମହାନଦୀ ମା ବୋଲି ସମ୍ବୋଧନ କରିବା ସହ ମହାନଦୀର ସୁରକ୍ଷା ଆମର ସଂକଳ୍ପ ବୋଲି ଘୋଷଣା କରିଥିଲେ । ମହାନଦୀର ଜଳକୁ ଏପର୍ଯ୍ୟନ୍ତ ସଠିକଭାବରେ ଲୋକଙ୍କ ପାଇଁ ବ୍ୟବହାର ଉପଯୋଗୀ କରିପାରିଲେ ନାହିଁ । ଫଳରେ ସମ୍ବଲପୁରେ ହଇଜା ଓ କଟକରେ ଦଣ୍ଡିସ ବ୍ୟାପୁଛି ବୋଲି ଶ୍ରୀ ମହତାବ କହିଛନ୍ତି ।
    ରାଜଧାନୀ ଭୁବନେଶ୍ୱର ଓ ୧୦୦ବର୍ଷର ସହର କଟକର ଜୀବନରେଖା କୁହାଯାଉଥିବା କୁଆଖାଇ, ଦୟାନଦୀ, କାଠଯୋଡି ଓ ମହାନଦୀରେ ବର୍ଜ୍ୟବସ୍ତୁ ଓ ଶବ ନିକ୍ଷେପ କରାଯାଉଛି । ବ୍ରାହ୍ମଣୀ ନଦୀଜଳକୁ କଟକ, ଯାଜପୁର, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଆଦି ଜିଲ୍ଲାମାନଙ୍କ କଥା ନକହିବା ଭଲ । କିନ୍ତୁ ଦୁର୍ନୀତିଖୋର ରାଜ୍ୟ ସରକାର ନଦୀ ସୁରକ୍ଷାରେ ସମ୍ପୂର୍ଣ୍ଣ ଅପାରଗ ସାବ୍ୟସ୍ତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଓଡ଼ିଶାବାସୀ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଂଚିତ ହେଉଛନ୍ତି । ତୁରନ୍ତ ଏହି ସମସ୍ୟାକୁ ସରକାର ଗୁରୁତର ସହ ବିଚାରକରନ୍ତୁ ବୋଲି ଶ୍ରୀ ମହତାବ କହିଛନ୍ତି ।
    ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ରାଜ୍ୟରେ ଜଳ ସମସ୍ୟା କାୟା ବିସ୍ତାର କରୁଛି । ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ବୋଲି ଶ୍ରୀ ମହତାବ କହିଛନ୍ତି ।
    ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ବରିଷ୍ଠ ନେତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.7 ° C
    30.7 °
    30.7 °
    13 %
    2.1kmh
    2 %
    Tue
    35 °
    Wed
    36 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ