Thursday, April 2, 2026
25.4 C
Odisha

    କଂଗ୍ରେସ ହେଉଛି ବିଜେଡିରେ ବିକ୍ରି ହୋଇଥିବା ଦଳ: ବିଧାୟକ ପ୍ରଦୀପ୍ତ ନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ନୂଆ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ବୟାନକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବରିଷ୍ଠ ବିଜେପି ବିଧାୟକ ପ୍ରଦୀପ୍ତ ନାୟକ କହିଛନ୍ତି, ବିଜେଡି-ବିଜେପି ଆସନ ବୁଝାମଣା ଆଲୋଚନା ସମୟରେ ବୋଧେ କଂଗ୍ରେସ ପ୍ରଭାରୀ ବସି ଶୁଣୁଥିଲେ। କଂଗ୍ରେସ ହେଉଛି ବିଜେଡିରେ ବିକ୍ରି ହୋଇଥିବା ଦଳ। ଜାତୀୟ ସ୍ତରର ଦଳର ପ୍ରାର୍ଥୀ ହୋଇ ସେମାନେ ତିନି ଚାରି ହଜାର ଭୋଟ ପାଉଛନ୍ତି। ଏପଟେ ସ୍ୱାଧୀନ ପ୍ରାର୍ଥୀ କିନ୍ତୁ ତାଙ୍କଠୁ ଅଧିକ ଭୋଟ ପାଉଛନ୍ତି, ତାଙ୍କୁ ଟିକେ ଲାଜ ବି ଲାଗୁନାହିଁ, ବିଜେପିକୁ ଆକ୍ଷେପ କରିବାକୁ। ବିଜେପି, ବିଜେଡି କିମ୍ବା କଂଗ୍ରେସ ସହିତ ନାହିଁ। କାହା ସହିତ ମେଣ୍ଟ ନକରି ବିଜେପି ଏକା ଲଢ଼ି ଓଡ଼ିଶାରେ ୧୫ ଟି ଲୋକସଭା ଆସନରେ ଜିତିବ। ଉଲ୍ଲେଖଯୋଗ୍ୟ, ଆଗାମୀ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାରେ ବିଜେଡି ଓ ବିଜେପି ଭିତରେ ବୁଝାମଣା ହୋଇଛି। ବିଜେଡି ବିଜେପିକୁ ୧୫ ଲୋକସଭା ଆସନ ଦେବାକୁ ବୁଝାମଣା ହୋଇଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ନୂଆ କଂଗ୍ରେସ ପ୍ରଭାରୀ ଅଜୟ କୁମାର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ