Thursday, April 2, 2026
25.4 C
Odisha

    ଫେବ୍ରୁଆରି ମାସରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

    ଆଗକୁ ପଢନ୍ତୁ

    ବାଲିପାଟଣା: ଆଜି ପୂର୍ବାହ୍ନ ୧୧ଟାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବାଲିପାଟଣା ବ୍ଲକ ଅଠାନ୍ତର ପଞ୍ଚାୟତ ୧୦୬ ନଂ ବୁଥ ଅନ୍ତର୍ଗତ ଦୁର୍ଗାମାଧବ କଲ୍ୟାଣ ମଣ୍ଡପଠାରେ ୧୦୯ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗଦେଇ ତୁଙ୍ଗ କର୍ମୀଙ୍କ ଗହଣରେ କାର୍ଯ୍ୟକ୍ରମ ପରଦାରେ ଦେଖିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ ରେ ରାମ ଲାଲାଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା, କୃଷିରେ ବିକାଶ, ମହିଳା ସଶକ୍ତିକରଣ, କ୍ରୀଡ଼ା, ଅର୍ଜୁନ ପୁରସ୍କାର, ଚିକିତ୍ସା କ୍ଷେତ୍ର ସହାୟତା ଓ ଆୟୁର୍ବେଦର ସଫଳତା, ହାତୀ ସୁରକ୍ଷା, ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ କଥା କହିଥିଲେ। ନୂତନ ଭୋଟରଙ୍କୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଦେଶ ନିର୍ମାଣରେ ନୂତନ ଭୋଟର ଭବିଷ୍ୟତ। ଭୋଟ ପରିଚୟ ପତ୍ରରେ ସାମିଲ ହେବାକୁ ପରମାର୍ଶ ଦେଇଥିଲେ। ବିଶାଳ ମହିଳା ସମ୍ମିଳନୀରେ ଯୋଗ ଦେବା ପାଇଁ ଆସନ୍ତା ଫେବ୍ରୁଆରି ମାସରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବାର ଯୋଜନା ଥିବା ନେଇ ରାଜ୍ୟ ସଭାପତି ଶ୍ରୀ ସାମଲ ସୂଚନା ଦେଇଛନ୍ତି। ପରେ ମହୁଖଣ୍ଡା ଗ୍ରାମର ସୁକାନ୍ତ ଜେନା ଓ ସରୋଜିନୀ ଜେନାଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହକୁ ବୁଲି ଦେଖିଥିଲେ। ଜୁନ ମାସରେ ଆରମ୍ଭ ହୋଇଥିବା ଘର କାମ ୪ ମାସରେ ସମ୍ପୂର୍ଣ୍ଣ କରିଛନ୍ତି ହିତାଧିକାରୀ। ସୁକାନ୍ତଙ୍କୁ ପ୍ରଶଂସା କରିଥିଲେ ସଭାପତି। ସୁକାନ୍ତଙ୍କ ଘରୁ ପାଣି ପିଇବା ସହ ପରିବାର ଚାଲିଚଳଣି ପଚାରି ବୁଝିଥିଲେ| ପରେ ସାଂସଦଙ୍କ ଜୟଦେବ ପ୍ରତିନିଧି ତାପସ ଜେନ ଙ୍କ ଘରେ ଚାୟ ପେ ଚର୍ଚ୍ଚାରେ ଯୋଗ ଦେଇଥିଲେ।
    ଅନ୍ୟମାନଙ୍କ ମଧ୍ୟରେ ବିଜେପି ମୁଖପାତ୍ର ଠାକୁର ରଂଜିତ ଦାଶ, ଜିଲ୍ଲା ବିଜେପି ସଭାପତି, ବିଜେପି ନେତା ବସନ୍ତ ନାୟକ, ସାଂସଦଙ୍କ ଜୟଦେବ ପ୍ରତିନିଧି ତାପସ ଜେନା, ବାଲିପାଟଣା ମଣ୍ଡଳ ସଭାପତି ନାରୟଣ ଖୁଣ୍ଟିଆ, ମାଗୁଣି ସେଠୀ , ଶିବ ମଲ୍ଲିକ ଓ ଜଗନ୍ନାଥ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ