Monday, September 29, 2025
30.1 C
Odisha

    ‘ନିଜକୁ ବ୍ୟକ୍ତ କରିବାର ନିର୍ଭରଶୀଳ ମାଧ୍ୟମ ସାହିତ୍ୟ’

    ଆଗକୁ ପଢନ୍ତୁ

    ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀଙ୍କ ‘ଜୀବନାନୁଭୂତି ‘ପୁସ୍ତକ ପାଠକାର୍ପଣ ଓ ବୃତ୍ତଚିତ୍ର ପ୍ରଦର୍ଶନ

    କଟକ : ସାହିତ୍ୟ ହେଉଛି ଏକ ଆଗ୍ରହ, ଏକ ଆକାଂକ୍ଷା ଓ ମାନବ ଜାତିର ସୁନ୍ଦର ଭବିଷ୍ୟତର ସ୍ୱପ୍ନ । ସାହିତ୍ୟିକ ସତ୍ୟ ଭିତରେ ସୁନ୍ଦରକୁ ଓ ସୁନ୍ଦର ଭିତରେ ସତ୍ୟକୁ ଅନ୍ୱେଷଣ କରେ । ଆପଣାକୁ  ଅଧିକରୁ ଅଧିକ ବ୍ୟକ୍ତ କରିବାର ଅତ୍ୟନ୍ତ ନିର୍ଭରଶୀଳ ମାଧ୍ୟମ ସାହିତ୍ୟ, ଯାହା ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ  ‘ଜୀବନାନୁଭୂତି’ ପୁସ୍ତକରେ ପରିସ୍ଫୁଟ ହୋଇଛି । ଡାକ୍ତର ଅମୀୟ ରଞ୍ଜନ ମହାପାତ୍ରଙ୍କ ପୌରୋହିତ୍ୟରେ ଶତାବ୍ଦୀ ଭବନରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ ।

    ଜନ୍ମାଷ୍ଟମୀ, ସ୍ୱାଧୀନତା ଦିବସ ଓ ଶ୍ରୀ ଅରବିନ୍ଦଙ୍କ ଜନ୍ମଦିନ ଅବସରରେ ଦିବ୍ୟଦୂତ ପ୍ରକାଶନୀ ଦ୍ୱାରା ପଣ୍ଡିତ ଶ୍ରୀ ମିଶ୍ରଙ୍କ ଜୀବନାନୁଭୂତି ପୁସ୍ତକକୁ ପାଠକାର୍ପଣ କରିଥିଲେ ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର ।  ଅନ୍ତର୍ଯ୍ୟାମୀଙ୍କ ବହୁମୁଖୀ ପ୍ରତିଭା ଓ ସାହିତ୍ୟ କୃତୀ ସମ୍ପର୍କରେ ମୁଖ୍ୟ ଅତିଥି ଡକ୍ଟର ଅଜିତ କୁମାର ତ୍ରିପାଠୀ ପୁସ୍ତକ ଓ ଲେଖକଙ୍କ ସମ୍ପର୍କରେ ସାମ୍ୟକ୍ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଜ୍ୟୋତିପ୍ରକାଶ ଦାସ ପଣ୍ଡିତ ଅନ୍ତର୍ଯ୍ୟାମୀଙ୍କୁ ଜଣେ ଉଚ୍ଚକୋଟୀର ସାହିତ୍ୟ ସାଧକ ଓ ବାଗ୍ମୀ ଭାବରେ ସୂଚାଇ ଥିଲେ । ‘ଜୀବନାନୁଭୂତି’ର ପ୍ରକାଶକ ତଥା ବିଶିଷ୍ଟ ପ୍ରଯୋଜକ ପ୍ରଭାଂଶୁ ସାମନ୍ତରାୟ ପ୍ରକାଶକୀୟ ଅଭିବ୍ୟକ୍ତିରେ ପଦ୍ମଶ୍ରୀ ମିଶ୍ରଙ୍କୁ ଦିବ୍ୟ ଚେତନାର ବାର୍ତ୍ତାବାହ, ଜଣେ ଅସାଧାରଣ ପ୍ରତିଭା ଭାବେ ଅଭିହିତ କରିଥିଲେ । ମୁଖ୍ୟବକ୍ତା ତପନ କୁମାର ଶତପଥୀ, ଡ. ଅନ୍ତର୍ଯ୍ୟାମୀଙ୍କ ବାଲ୍ୟାବସ୍ଥା, ସାଧାନାରତ ଜୀବନ ଓ  ସାହିତ୍ୟ କୃତୀ ଉପରେ ଆଲୋକପାତ କରିଥିଲେ। ସ୍ୱାଗତ ସମ୍ଭାଷଣ ଦେଇଥିଲେ ସାହିତ୍ୟିକ ଶରଣାରବିନ୍ଦ ଓଝା ଓ ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ମୁରଲୀଧର ସାମଲ ।

    ଏହି ଅବସରରେ ଆଦିପ୍ରଭା କ୍ରିଏଟିଭସ୍ ନିବେଦିତ ପବିତ୍ର ନାୟକଙ୍କ ନିର୍ଦ୍ଦେଶନା ଓ ଶରଣାରବିନ୍ଦଙ୍କ ଶବ୍ଦ ଓ ସ୍ୱରରେ ନିର୍ମିତ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀଙ୍କ ଉପରେ ବୃତ୍ତଚିତ୍ର ‘ଅନନ୍ୟ ଅନ୍ତର୍ଯ୍ୟାମୀ’ ଶତାବ୍ଦୀ ଭବନରେ ପ୍ରଦର୍ଶିତ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.1 ° C
    30.1 °
    30.1 °
    66 %
    2.2kmh
    87 %
    Mon
    30 °
    Tue
    29 °
    Wed
    31 °
    Thu
    29 °
    Fri
    28 °

    ସମ୍ବନ୍ଧିତ