Tuesday, February 25, 2025
20.8 C
Odisha

    BPNL ରେ ୨୧୫୨ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭାରତୀୟ ପଶୁପାଳନ ନିଗମ ଲିମିଟେଡ (BPNL) ୨୦୨୫ ପକ୍ଷରୁ ଅନେକ ପଦବୀରେ ଭତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ୨,୧୫୨ ପଦବୀରେ ହେବ । ଏଥିରେ ପଶୁଧନ ଫାର୍ମ ନିବେଶ ଅଧିକାରୀ, ପଶୁଧନ ଫାର୍ମ ନିବେଶ ସହାୟକ ଏବଂ ପଶୁଧନ ଫାର୍ମ ସଂଚାଳନ ସହାୟକ ପଦବୀରେ ଭର୍ତ୍ତି ହେବ । ଇଚ୍ଛୁକ ପ୍ରାର୍ଥୀ ୧୨ ମାର୍ଚ୍ଚ ଯାଏଁ ଆବେଦନ କରିପାରିବେ ।

    ପଦବୀ ବିବରଣୀ : ୨୧୫୨

    ପଶୁଧନ ଫାର୍ମ ନିବେଶ ଅଧିକାରୀ : ୩୬୨
    ପଶୁଧନ ଫାର୍ମ ନିବେଶ ସହାୟକ : ୧୪୨୮
    ପଶୁଧନ ଫାର୍ମ ସଂଚାଳନ ସହାୟକ : ୩୬୨

    ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ କରିଥିବା ଜରୁରୀ । ଏହାସହିତ ପଶୁଧନ ଫାର୍ମ ନିବେଶ ସହାୟକ ୧୨ଶ ପାସ୍ କରିଥିବା ଏବଂ ପଶୁଧନ ଫାର୍ମ ସଂଚାଳନ ସହାୟକ ୧୦ମ ପାସ୍ କରିଥିବା ଜରୁରୀ ।

    ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୨୦, ୦୦୦ରୁ ୩୮,୨୦୦ ଟଙ୍କା ମିଳିବ ।

    ଏଭଳି ହେବ ଚୟନ : ଏଥିପାଇଁ ଅନଲାଇନ ପରୀକ୍ଷା ହେବ । ପରୀକ୍ଷାରେ ପାସ୍ ହେବା ପରେ ସାକ୍ଷାତକାର ପାଇଁ ଡକାଯିବ । ଏହାପରେ ଦସ୍ତାବିଜ ଭରିବା ପରେ ଟ୍ରେନିଂ ପାଇଁ ଡକାଯିବ । ଅନଲାଇନରେ ପରୀକ୍ଷା ୫୦ ମାର୍କର ହେବ । ସେହିପରି ସାକ୍ଷାତ ୫୦ ମାର୍କର ହେବ । ପ୍ରାର୍ଥୀ ଅତିକମରେ ୫୦ ପ୍ରତିଶତ ମାର୍କ ସହିତ ପରୀକ୍ଷା ପାସ୍ କରିଥିବା ଜରୁରୀ ।

    ଆବେଦନ ପ୍ରକ୍ରିୟା : ଇଚ୍ଛୁକ ପରୀକ୍ଷାର୍ଥୀ ପ୍ରଥମେ ଅଫିସିଆଲ ସାଇଟକୁ ଯିବାକୁ ହେବ ।
    ଏହାପରେ ଅନଲାଇନ ଆବେଦନ ଲିଙ୍କରେ କ୍ଲିକ୍ କରିବାକୁ ହେବ ।
    ଅନଲାଇନ ଆବେଦନ ଫର୍ମ ଭରିବା ପରେ ଆବଶ୍ୟକ ଦସ୍ତାବିଜ ଭରିବା ପରେ ଫଟୋ ଅପଲୋଡ କରନ୍ତୁ ।
    ଏହାପରେ ଆବେଦନ ଶୁକ୍ଳ ଭରନ୍ତୁ ।
    ଫର୍ମ ଜମା କରିବା ପରେ ଏକ ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.8 ° C
    20.8 °
    20.8 °
    45 %
    2.1kmh
    0 %
    Tue
    21 °
    Wed
    34 °
    Thu
    34 °
    Fri
    38 °
    Sat
    39 °

    ସମ୍ବନ୍ଧିତ