Saturday, October 3, 2026
30.8 C
Odisha

    ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ: କକା ନା ଝିଆରୀ? ଦ୍ବନ୍ଦ୍ବରେ ବିଜେପି

    ଆଗକୁ ପଢନ୍ତୁ

    ପୁରୀ: ପୁରୀ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ବ୍ରହ୍ମଗିରି। ବିଧାନସଭା ଗଠନ ପରଠାରୁ କେତେବେଳେ କଂଗ୍ରେସ ତ କେତେବେଳେ ସ୍ବାଧୀନ ଅବା ବାମପନ୍ଥୀ ଦଳ, ପୁଣି କେତେବେଳେ ଜନତା ଦଳ, ଆଉ କେବେ ବିଜୁ ଜନତା ଦଳ ଏଠାରେ ଶାସନ କରିଛି। କିନ୍ତୁ ସର୍ବାଧିକ ଥର କଂଗ୍ରେସ ଏହି ଗଡ଼କୁ ନିଜ ଦଖଲରେ ରଖିଥିଲା। ଦିବଗଂତ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ) ସର୍ବାଧିକ ଥର ଏଠାରୁ ବିଧାୟକ ହୋଇଛନ୍ତି। ତାଙ୍କ ବିୟୋଗ ପରେ କଂଗ୍ରେସ ଗଡ଼ ଧ୍ବସ୍ତବିଧ୍ବସ୍ତ ହୋଇଛି ଓ ଦଳ ତାର ସତ୍ତା ହରାଇଛି।ପ୍ରତି ବଦଳରେ ବିଜେଡି ସହ ଟକ୍କର ଦେଉଛି ବିଜେପି। ବିଜେପି ୨୦୧୯ ନିର୍ବାଚନରେ ସଫଳତା ପାଇଥିଲା ଓ ବିଧାୟକ ପଦ ଦଖଲ କରିଥିଲା। ଲୁଲୁଙ୍କ ସାନଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଜେଡିକୁ ପରାସ୍ତ କରି ବିଧାୟକ ହୋଇଥିଲେ। କିନ୍ତୁ ଏବେ ରାଜନୈତିକ ପାଣିପାଗ ବଦଳିଛି। ଲୁଲୁଙ୍କ ଝିଅ ଉପାସନା ମହାପାତ୍ର ରାଜନୀତିକୁ ଓହ୍ଲାଇଛନ୍ତି ଓ ୨୦୨୪ ନିର୍ବାଚନରେ ସେ ବିଜେପିରୁ ଲଢ଼ିବେ ବୋଲି କହୁଛନ୍ତି। ସେହି ଅନୁସାରେ ସେ ଗାଁ ଗାଁ ବୁଲି ସଂଗଠନକୁ ସଜାଡ଼ିବାରେ ଲାଗିଛନ୍ତି। ଏଭଳି ସ୍ଥିତିରେ ବିଜେପି କକା(ଦାଦା)ଙ୍କୁ କିମ୍ବା ଝିଆରୀଙ୍କୁ ଟିକେଟ୍‌ ଦେବ, ତାକୁ ନେଇ ଦ୍ବନ୍ଦ୍ବରେ। ବିଜେପି ସମର୍ଥକମାନେ ମଧ୍ୟ ଦ୍ବନ୍ଦ୍ବରେ ଅଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଲୁଲୁଙ୍କ ଭାଇ ଲଳିତେନ୍ଦୁ ରାଜନୀତିରେ ପାଦ ଦେଇଥିଲେ। କଂଗ୍ରେସ ବଦଳରେ ସେ ବିଜେପିରୁ ଲଢ଼ିଥିଲେ। ଲୁଲୁଙ୍କ ସମର୍ଥକ ବି ଲଳିତେନ୍ଦୁଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ। କଂଗ୍ରେସ ଦୁର୍ଗରେ ବିଜେପି ମୁଣ୍ଡ ଟେକିଥିଲା।

    ବିଜେପିର ବରିଷ୍ଠ ନେତାଙ୍କ କହିବା ମୁତାବକ, ସର୍ବଦା ଆମେ ନିର୍ବାଚିତ ବିଧାୟକଙ୍କୁ ଟିକେଟ୍‌ ଦେବା କ୍ଷେତ୍ରରେ ପ୍ରାଧାନ୍ୟ ଦେଇଆସୁ। କିନ୍ତୁ ଏଠି ଦ୍ବନ୍ଦ୍ବ ଉପୁଜିଛି। ବିଧାୟକ ସ୍ପଷ୍ଟ ଭାବେ କିଛି କହୁନାହାନ୍ତି, ସେ ଲଢ଼ିବେ କି ଲଢ଼ିବେନି। ଯେହେତୁ ବିଧାୟକ ସ୍ପଷ୍ଟ କରୁନାହାନ୍ତି, କାଳେ ଦଳରେ ବିଭାଜନ ସ୍ଥିତି ଉପୁଜିବ, ସେ ଦୃଷ୍ଟିରୁ ଦଳ କାହାକୁ ଟିକେଟ୍‌ ଦେବ ଦ୍ବନ୍ଦ୍ବରେ ରହିଛି। ତଥାପି, ଅଧିକ ସୁଯୋଗ ଉପାସନାଙ୍କ ପାଇଁ ରହିଛି ବୋଲି କୁହାଯାଉଛି। ଉପାସନାଙ୍କ କହିବା କଥା, ସେ ଏଥର ବିଜେପି ଟିକେଟ୍‌ରେ ଲଢ଼ିବାକୁ ଆଶାୟୀ ଅଛନ୍ତି। ବାକି କାହାକୁ ଟିକେଟ୍‌ ମିଳିବ, ଦଳ ନିଷ୍ପତ୍ତି ନେବ। କକା-ଝିଆରୀଙ୍କ କୌଣସି ବିବାଦ ରହିଛି କି ପ୍ରଶ୍ନରେ ଏହା ପାରିବାରିକ କଥା କହି ପ୍ରସଙ୍ଗ ଏଡ଼ାଇ ଯାଇଛନ୍ତି ଉପାସନା। ତେବେ ବିଧାୟକଙ୍କୁ ଯୋଗାଯୋଗ କରିଥିଲେ ବି କୌଣସି ମତାମତ ମିଳିପାରିନି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ