Tuesday, September 15, 2026
29 C
Odisha

    ମୋବାଇଲ ଆପ୍‌‌ରେ ରୋଗୀ ଜାଣିପାରିବେ BSKY ପଞ୍ଜିକୃତ କେଉଁ ଡାକ୍ତରଖାନାର ଖାଲିଅଛି ଶଯ୍ୟା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଲୋକଙ୍କ ହିତ ଦୃଷ୍ଟିରୁ ସରକାର କେବଳ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌‌କେୱାଇ)ରେ ପର୍ଯ୍ୟାୟ କ୍ରମିକ ସମ୍ପ୍ରସାରଣ କରୁ ନାହାନ୍ତି ବରଂ ରୋଗୀଙ୍କ ସମସ୍ୟା ଦୂର ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ରୋଗୀମାନଙ୍କର ଏକ ବଡ଼ ସମସ୍ୟା ଦୂର କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଣିକି ରୋଗୀ ବିଏସ୍‌‌କେୱାଇ ପଞ୍ଜିକୃତ ଡାକ୍ତରଖାନାରେ ଶଯ୍ୟା ଖୋଜି ଖୋଜି ନୟାନ୍ତ ହେବେ ନାହିଁ କିମ୍ବା ଚିକିତ୍ସା ବିଳମ୍ବିତ ହେବ ନାହିଁ। ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ସମସ୍ତ ପଞ୍ଜିକୃତ ଡାକ୍ତରଖାନାର ଶଯ୍ୟାର ଅନ୍‌‌ଲାଇନ୍‌‌ ମ୍ୟାପିଂ କରାଯିବ। ଫଳରେ ମୋବାଇଲ୍‌‌ରେ ଆପ୍‌‌ ବ୍ୟବହାର କରି କେଉଁ ଡାକ୍ତରଖାନାରେ ଶଯ୍ୟା କିମ୍ବା ଆଇସିୟୁ ଖାଲି ଅଛି ତାହା ତୁରନ୍ତ ଜଣାପଡ଼ିବ। ଫଳରେ ରୋଗୀ ତୁରନ୍ତ ସେଠାରେ ପହଞ୍ଚିବେ ଆଉ ଶୀଘ୍ର ତାଙ୍କର ଚିକିତ୍ସା ଆରମ୍ଭ ହେବ। ଗରିବ ଲୋକଙ୍କ ପାଇଁ ବିଏସ୍‌‌କେୱାଇ କୌଣସି ଆଶୀର୍ବାଦ ଠାରୁ କିଛି କମ୍‌‌ ନୁହେଁ। ବିଏସ୍‌‌କେୱାଇଁ ଜରିଆରେ ବଡ଼ ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇବା ପାଇଁ ଗରିବ ଲୋକଟିଏ ସାହସ ଜୁଟାଇପାରୁଛି। ଓଡ଼ିଶା ସମେତ ୧୭ଟି ରାଜ୍ୟରେ ୮୧୬ଟି ପଞ୍ଜିକୃତ ଘରୋଇ ଡାକ୍ତରଖାନାରେ ସରକାର ବିଏସ୍‌‌କେୱାଇ ହିତାଧିକାରୀଙ୍କ ଚିକିତ୍ସା ବ୍ୟବସ୍ଥା ହୋଇଛି। ରାଜ୍ୟର ୯୯.୩ ଲକ୍ଷ ଗରିବ ପରିବାରର ୩.୫୭ କୋଟି ସଦସ୍ୟଙ୍କୁ ବିଏସ୍‌‌କେୱାଇ କାର୍ଡ ଦିଆଯାଇଛି। ଆଗକୁ ନବୀନ କାର୍ଡ ଜରିଆରେ ୧ କୋଟିରୁ ଅଧିକ ଲୋକ ବିଏସକେୱାଇରେ ଯୋଡ଼ିହେବେ। ଆହୁରି ଘରୋଇ ଡାକ୍ତରଖାନା ସାମିଲ କରାଯିବ। ତେବେ ବିଏସ୍‌‌କେୱାଇ ହିତାଧିକାରୀଙ୍କର ବଡ଼ ସମସ୍ୟା ହେଉଛି ଡାକ୍ତରଖାନାରେ ଶଯ୍ୟା। ରୋଗୀଙ୍କ ସହିତ ଡାକ୍ତରଖାନା ସଂଖ୍ୟା ବଢ଼଼ୁଥିଲେ ସୁଦ୍ଧା ଶଯ୍ୟାର ଅଭାବ ଦେଖା ଦେଉଛି। ଫଳରେ ଲୋକେ ରୋଗୀଙ୍କୁ ଧରି ଗୋଟିଏ ଡାକ୍ତରଖାନାରୁ ଆଉ ଗୋଟିଏ ଡାକ୍ତରଖାନା ବୁଲୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29 ° C
    29 °
    29 °
    69 %
    1.5kmh
    12 %
    Tue
    31 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ