Sunday, October 4, 2026
28.6 C
Odisha

    ହାତୀକୁ ଘଉଡ଼ାଉଥିଲେ, ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା

    ଆଗକୁ ପଢନ୍ତୁ

    ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ କୁଲୁକୁତା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଦନ୍ତା ହାତୀକୁ ଘଉଡ଼ାଉଥିବା ବେଳେ ଜଣେ ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୁଲୁକୁତା ଗ୍ରାମର ଗୋବିନ୍ଦ ମୁଣ୍ଡା। ସ୍ଥାନୀୟ ଅଞ୍ଚଳରେ ହାତୀ ଆତଙ୍କ ଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ କୁଲୁକୁତା ଗ୍ରାମରେ ଦୁଇ ଦିନ ଧରି ଏକ ଗୋଠଛଡ଼ା ଦନ୍ତାହାତୀ ଉତ୍ପାତ ଚଲେଇଥିବା ବେଳେ ବନବିଭାଗ ଓ ଗ୍ରାମବାସୀ ମିଳିତ ଘଉଡ଼ାଉଥିବା ବେଳେ ହାତୀଟି ବୁଲି ପଡ଼ି କୁଲୁକୁତା ଗ୍ରାମର ଗୋବିନ୍ଦ ମୁଣ୍ଡାଙ୍କୁ ଶୁଣ୍ଢରେ କଚାଡ଼ିଦେଇଥିଲା, ପରେ ସେ ଗୁରୁତର ହୋଇ ପଡ଼ିଥିବାରୁ ତାଙ୍କୁ ବନବିଭାଗ ସଙ୍ଗେ ସଙ୍ଗେ ବଣାଇ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ