Friday, April 3, 2026
33.6 C
Odisha

    ପରିବା ଚାଷ କରି ଲକ୍ଷ ପତି ଚାଷୀ, ପଲିଥିନରେ ଫଳାଇଛନ୍ତି ବାଇଗଣ,ଲାଉ,ଫୁଲକୋବି

    ଆଗକୁ ପଢନ୍ତୁ

    ସୋରଡ଼ା: ପରିବା ଚାଷ କରି ଲକ୍ଷ ପତି। ଅନ୍ୟ ଚାଷୀଙ୍କୁ ଆହ୍ୱାନ ଦେଉଛନ୍ତି ବିଦେଶ ନ ଯାଇ ଚାଷରେ ଲାଗନ୍ତୁ । ଚାଷ କାମ ଯାହାର କେତେ ସୁଖ ତାହାର ସେହି ସିନା ଯୋଗାଉଛି ସମସ୍ତଙ୍କୁ ଆହାର । ଏହି ନାରାକୁ ଆଜି ସଫଳ କରି ଦେଖାଇଛନ୍ତି ସୋରଡା ବ୍ଲକର ଗେଂଜା, ଭାଗବାନପୁର, ହୁକୁମା, ଗୋପାଳପୁର ଶାସନ ପଞ୍ଚାୟତର ହଜାର ହଜାର ଚାଷୀ ।ନୂତନ ପଦ୍ଧତିରେ ଚାଷ କାମ କରି କ୍ଷେତରେ ସୁନାର ଫସଲ ଆଦାୟ କରୁଛନ୍ତି । କ୍ଷେତରେ ଲାଗି ବିଦେଶ ଯିବାର ନାଁ ଧରୁନାହାନ୍ତି ।

    ଦିନ ଥିଲା ଚାଷୀ ପୁରୁଣା ପଦ୍ଧତିରେ ଚାଷ କରି କେବଳ ପେଟକୁ ଦୁଇ ମୁଠା ଏହାର ଦେଇ ପାରୁଥିଲା । ପୁଣି କେତେବେଳେ ବନ୍ୟା, ବାତ୍ୟା, ମରୁଡି ବହୁତ କ୍ଷତି ସହୁଥିଲା ଚାଷୀ ।ବର୍ତ୍ତମାନ ବାପା ଜେଜେବାପା ଅମଳର ଚାଷ ଭୁଲି ନୂତନ ପଦ୍ଧତିରେ ଚାଷ କାମ ଆରମ୍ଭ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏଠିକାର ଚାଷୀ । ବର୍ତ୍ତମାନ ଚାଷୀ ଟ୍ରେ ରେ ଗୋଟିଏ ଗୋଟିଏ ଗଛ ତଳି ପକାଉଛନ୍ତି । ପୁଣି କ୍ଷେତରେ ପଲିଥିନ ପକାଇ ମାଟି ଉପରେ ଭିଡି ରଖିଥାନ୍ତି । ଯାହାଫଳରେ ଘାସ ବଢେନାହିଁ କିମ୍ବା ଅଧିକ ପାଣି ଭିତରକୁ ଯାଏନାହିଁ ଏବଂ ଅଧିକ ସାର ଖର୍ଚ୍ଚ ହୁଏ ନାହିଁ । ଆଗରୁ ପ୍ରସ୍ତୁତ ହୋଇ ରହିଥିବା ପରିବା ର ଛୋଟ ଗଛକୁ ଉପାଡି ଆଣି ଏହି ପଲିଥିନରେ ହୋଲ କରି ଦୁଇ ଫୁଟ ବ୍ୟବଧାନରେ ଲଗାଇଥାନ୍ତି ।ଏହି ପଲିଥିନ ଯେଉଁ ପରିବା ଗଛ ଲଗାଇଥାନ୍ତି ତାହାକୁ ଉପରକୁ ଯିବା ପାଇଁ କାଠ ର ଛାମୁଣ୍ଡିଆ ଦରକାର ହୋଇ ନ ଥାଏ । କେବଳ ବାଉଁଶ ପୋତି ସେଥିରେ ଲୁହା ତାର କିମ୍ବା ପ୍ଲାଷ୍ଟିକ ତାର ଭିଡି ଛାମୁଣ୍ଡିଆ କରିଥାନ୍ତି । ଯାହା ଫଳରେ ଜଙ୍ଗଲ ରୁ କାଠ ଆଣିବାକୁ ପଡି ନ ଥାଏ । ଏଠିକାର ଚାଷୀ ଏହି ପଲିଥିନ ଉପରେ ବାଇଗଣ, କଲରା, ଯହିଁ, କାକୁଡି, କଟିକି, ଝୁଡୁଙ୍ଗ, ଲାଉ,ବିନ ସହିତ ଟମାଟୋ, ଫୁଲକୋବି, ବନ୍ଧାକୋବି ଲଗାଇ ଅଧିକ ଲାଭବାନ ହୋଇଥାନ୍ତି । ଏହି ପଦ୍ଧତି କମ ଖର୍ଚ୍ଚରେ ଅଧିକ ଆଦାୟ ହୋଇଥାଏ । ଏଠାରୁ ଏତେ ପରିମାଣର ପରିବା ଆଦାୟ ହୋଇଥାଏ ପ୍ରତିଦିନ ଟ୍ରକ ଟ୍ରକ ପରିବା ବ୍ରହ୍ମପୁର, ଭୁବନେଶ୍ୱର, ପୁରୀ, କଟକ ଭଳି ସହରକୁ ଯାଇଥାଏ । ଏହି ଅଂଚଳର ସବୁ ଲୋକ ପ୍ରତିଦିନ ତଟକା ପରିବା ଖାଇବାକୁ ଭଲ ପାଇଥାନ୍ତି । ଚାଷୀ ମଧ୍ୟ ପରିବା ଖାଇବା ସହିତ ନିଜ ବନ୍ଧୁ ବାନ୍ଧବ କୁ ଦେଇ ପ୍ରତି ବର୍ଷ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାଏ ।

    ଏହି ସ୍ଥାନର ଚାଷୀଙ୍କ ଆଗ୍ରହ ଦେଖି ସାର ବିହନ ଯୋଗାଉଛନ୍ତି ବହୁ କମ୍ପାନୀ ଏବଂ ଚାଷୀଙ୍କୁ ନେଇ ବିଭିନ୍ନ ପ୍ରକାର ସଭା ସମିତି କରିବା ସହିତ ଚାଷୀଙ୍କୁ ସମ୍ମାନିତ କରୁଛି ବହୁ ସଂସ୍ଥା। ତେବେ ଏହି ଚାଷୀମାନେ ସାରା ଅଞ୍ଚଳରେ ପ୍ରେରଣା ସାଜିଥିବା ବେଳେ ଚାରିଆଡ଼ୁ ଏମାନଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ