Saturday, October 10, 2026
23.6 C
Odisha

    ରାଷ୍ଟ୍ରପତି ଭବନରୁ ଆସିଛି ଦିଲ୍ଲୀ ଡାକରା, ଦିଲ୍ଲୀ ଯିବେ ଆଦିବାସୀ ମହିଳା ସୁରୁ ତିରିଆ

    ଆଗକୁ ପଢନ୍ତୁ

    ମୟୁରଭଞ୍ଜ : ରାଷ୍ଟ୍ରପତି ଭବନରୁ ଆସିଛି ଦିଲ୍ଲୀ ଡାକରା । ଦିଲ୍ଲୀ ଯିବେ ଆଦିବାସୀ ମହିଳା ସୁରୁ ତିରିଆ। ଆସନ୍ତା ସ୍ୱାଧୀନତା ଦିବସ ପାଳନ ସମାରୋହରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ ପତ୍ର। ମୁହଁରେ ଫୁଟି ଯାଉଛି ଖିଲି ଖିଲି ହସ । ଖେଳେଇ ପକାଉଛନ୍ତି ରାଷ୍ଟ୍ରପତିଙ୍କ ପାଖରୁ ଆସିଥିବା ଫାଇଲଟିକୁ । ସବୁ କାଗଜପତ୍ର ଗୁଡିକୁ ନିରିଖେଇ ଦେଖୁଛନ୍ତି । କଣ ଆସିଛି ବୋଲି ଗାଁଟା ସାରା ଲୋକ ଦୌଡ଼ି ଆସିଛନ୍ତି ଦେଖିବାକୁ । ମନରେ ନାହିଁ ନଥିବା ଉତ୍ସାହ । ଖୁସି ହେବେନି କିପରି । ରାଷ୍ଟ୍ରପତି ଭବନରୁ ତାଙ୍କ ପାଇଁ ସ୍ୱତନ୍ତ୍ର ଚିଠି ଆସିଛି ପରା । ମୟୁରଭଞ୍ଜ ଜିଲ୍ଲା କୁସୁମି ବ୍ଲକ ବାସାଘୁଟୁ ଗ୍ରାମର ଆଦିବାସୀ ମହିଳା ସୁରୁ ତିରିଆଙ୍କୁ ପଡିଛି ଦିଲ୍ଲୀ ଡାକରା। କାହିଁକି ଆସିଛି ଜାଣିବାକୁ ଚାହୁଁଛନ୍ତି କି ? ତେବେ ଜାଣନ୍ତୁ… ସବୁଠୁ ନିଆରା ମଣିଷ ସେ, ସେଥିପାଇଁ ପରା ଏତେ ବଡ ଦୁନିଆରେ ସେ ଆମ ରାଷ୍ଟ୍ରପତିଙ୍କ ନଜରକୁ ଆସିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମସ୍ତ ଯୋଜନାରେ ସାମିଲ ହୋଇ ଏହାର ଲାଭ ଉଠାଇ ପାରିଥିବାରୁ ସୁରୁ ତିରିଆଙ୍କୁ ପଡିଛି ଦିଲ୍ଲୀ ଡାକରା। ଆସନ୍ତା ସ୍ୱାଧୀନତା ଦିବସରେ ଯୋଗଦେବା ସହ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ନୈଶ ଭୋଜିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଅଛି। ସୁରୁ ତିରିଆ ଜଣେ ଗରିବ ପରିବାରର ଅବିବାହିତ ମହିଳା। ଘରର ବିଭିନ୍ନ କାର୍ଯ୍ୟ ସହ ଚାଷବାସରେ ପରିବାର ଲୋକଙ୍କୁ ସହଯୋଗ କରିଥାନ୍ତି। ରାଷ୍ଟ୍ରପତି ଭବନରୁ ଡାକଯୋଗେ ଆସିଥିବା ନିମନ୍ତ୍ରଣ ପତ୍ର ପାଇ ବେସ ଖୁସି ଅଛନ୍ତି ସୁରୁ ତିରିଆଙ୍କ ପରିବାର ଓ ଗ୍ରାମବାସୀ। ଏବେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଉତ୍ସାହର ସହ ଅପେକ୍ଷାରେ ଅଛନ୍ତି ସୁରୁ ତିରିଆ।

    ସୁରୁ ଦିଲ୍ଲୀ ଯିବେ, ବଡ ବଡ କୋଠା ତା’ ସାଙ୍ଗକୁ ଦେଶର ସର୍ବୋଚ୍ଚ ପଦବୀରେ ଥିବା ରାଷ୍ଟ୍ରପତିଙ୍କୁ ପାଖରୁ ଦେଖିବେ, ଏତେ ସବୁ ଭାବି ସେ ବହୁତ ଉତ୍ସାହିତ ଥିବା ପରିଲକ୍ଷିତ ହେଉଛି । ତେବେ ଏଇଟା ତାଙ୍କ ଜୀବନର ସବୁଠୁ ବଡ଼ ଖୁସି ହୋଇଥିବା ବେଳେ ସେ ମାନ୍ୟବର ରାଷ୍ଟ୍ରପତି ମହୋଦୟାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ