Thursday, July 17, 2025
28.9 C
Odisha

    ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ରାଇରଙ୍ଗପୁର ହେବ ନୂଆ ପୋଲିସ ଜିଲ୍ଲା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୩ଟି ପ୍ରସ୍ତାବ ଉପରେ ବାଜିଛି ମୋହର। ରାଇରଙ୍ଗପୁର ହେବ ନୂଆ ପୋଲିସ ଜିଲ୍ଲା । ମୟୂରଭଞ୍ଜ ପୋଲିସ ଜିଲ୍ଲାର ବିଭାଜନ ପରେ ନୂଆ ପୋଲିସ ଜିଲ୍ଲା ସୃଷ୍ଟି ହେବ। ଏନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ରାଇରଙ୍ଗପୁରରେ ହେବ ପୋଲିସ ଜିଲ୍ଲା ମୁଖ୍ଯାଳୟ । ଆଇନଶୃଙ୍ଖଳା ରକ୍ଷା ଓ ଲୋକଙ୍କୁ ଉନ୍ନତ ସେବା ଯୋଗାଇବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଫଳରେ ନୂଆ ପୋଲିସ ଜିଲ୍ଲାରେ ୨ଜଣ ଏସଡିପିଓ ରହିବେ । ଜଣେ ରାଇରଙ୍ଗପୁର ଓ ଅନ୍ୟ ଜଣେ କରଞ୍ଜିଆରେ ରହିବେ। ରାଇରଙ୍ଗପୁର ପୋଲିସ ଜିଲ୍ଲା ଅଧିନରେ ୧୪ଟି ଥାନା ରହିବ। ୫ଟି ଆଉଟପୋଷ୍ଟ ଓ ୨ଟି ବିଟ ହାଉସ ରହିବ ବୋଲି ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି।

    ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମାସିକ ହଷ୍ଟେଲ ଫି ଛାଡ଼ କରାଯାଇଛି । ହଷ୍ଟେଲ ଫି ୨ ହଜାର ଟଙ୍କା ଛାଡ଼ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ଫ୍ୟାବଲେସ ନୀତି ୨୦୨୩ର ଦ୍ବିତୀୟ ସଂଶୋଧନ ହୋଇଛି । ଏହି ନୀତି ସଂଶୋଧନ ଲକ୍ଷ୍ୟ ହେଉଛି ଉଚ୍ଚ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସେମିକଣ୍ଡକ୍ଟର ପ୍ରକଳ୍ପଗୁଡ଼ିକର କାର୍ଯ୍ୟକ୍ଷମତା ଏବଂ ସ୍ଥାୟିତ୍ବ ବୃଦ୍ଧି କରିବା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.9 ° C
    28.9 °
    28.9 °
    80 %
    1.3kmh
    100 %
    Thu
    29 °
    Fri
    32 °
    Sat
    29 °
    Sun
    28 °
    Mon
    29 °

    ସମ୍ବନ୍ଧିତ