Thursday, April 2, 2026
26.4 C
Odisha

    ପୂର୍ବ ସରକାରଙ୍କ ଗୁମର ଖୋଲିଲା ସିଏଜି ରିପୋର୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବୁଧବାର ଅପରାହ୍ନରେ ଚଳିତ ବିଧାନସଭାରେ ୬ଟି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। ରିପୋର୍ଟ ପୂର୍ବ ସରକାରଙ୍କ ଗୁମର ଖୋଲିଛି। ସିଏଜି ରିପୋର୍ଟ ଭାରତର ନିୟନ୍ତ୍ରକ ତଥା ମହାଲେଖାପରୀକ୍ଷକଙ୍କ ୨୦୨୨ମାର୍ଚ୍ଚରେ ସମାପ୍ତ ବର୍ଷପାଇଁ ଓଡିଶା ସରକାରଙ୍କ ସମ୍ପର୍କିତ ଅନୁପାଳନ ସମୀକ୍ଷା ପ୍ରତିବେଦନ, ଅନୁସୂଚିତ ଅଞ୍ଚଳରେ ଜମି ପରିଚାଳନା,୨୦୨୩ ମାର୍ଚ୍ଚରେ ସମାପ୍ତ ବର୍ଷପାଇଁ ରାଜ୍ୟର ଆର୍ଥିକ ସ୍ଥିତି ଉପରେ ସିଏଜି ରିପୋର୍ଟ ଓଡିଶା ବିଧାନସଭାରେ ଉପସ୍ଥାପିତ ହୋଇଛି।

    ଏହା ପରେ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ପ୍ରଧାନ ମହାଲେଖାକାର ରାଜନୀତି କୁମାର,ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ ଅଡିଟ ପୁସ୍ତିକା ଉନ୍ମୋଚନ କରିବା ସହ ଖବରଦାତାମାନଙ୍କୁ ସିଏଜି ରିପୋର୍ଟ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ-ମହାଲେଖାକାର ତାନ୍ୟା ଆମ୍ବାସ୍ତା, ଶୁଭମ ସ୍ୱାମୀ,ସଚିନ କ୍ରିଷ୍ଣା କୌଶିକ, ଏସ. ରାଧିକା, ବରିଷ୍ଠ ଲେଖା ପରୀକ୍ଷା ଅଧିକାରୀ ସୁକାନ୍ତ ମଲ୍ଲ, ଅରୁଣ କୁମାର ସେଠୀ, ଅଶୋକ କୁମାର ନନ୍ଦ,ଶ୍ରୀ ଶ୍ରୀମନ୍ତ ପଣ୍ଡା,ବି.ଏନ ଦାସ ନିରଞ୍ଜନ ପଣ୍ଡା, ହୃଦୟ ରଞ୍ଜନ ବିଶ୍ୱାଳ, ଚିତ୍ରସେନ ମହାନ୍ତି,ଚିନ୍ମୟ ହୋତା ଉପସ୍ଥିତ ଥିଲେ।

    ରାଜ୍ୟର କୌଣସି ସହରରେ ମାଷ୍ଟର ପ୍ଲାନ ହୋଇନାହିଁ। ପୁରୀର କୌଣସି ହୋଟେଲ କମର୍ସିଆଲ କାଟାଗୋରିରେ ନାହିଁ। ସମସ୍ତ କିସମ ଚାଷ ଜମି ରହିଛି। ଏହା ଦ୍ବାରା ସରକାରଙ୍କ ରାଜସ୍ବ ନଷ୍ଟ ହେଉଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

    ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି। ଯୋଜନାର ପ୍ରକୃତ ଅର୍ଥ ଥିଲା ମୁଖ୍ୟ ରାସ୍ତା ସହ ସଂଯୋଗ। କେଉଁଠି ସଡ଼କ ନିର୍ମାଣ ହେବ ଏହାକୁ ଜେଇଇମାନେ ନିଜେ ସ୍ଥିର କରିଥିଲେ। ଏନେଇ କୌଣସି ସର୍ଭେ ହୋଇନାହିଁ। ୨୦୧୯ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ମୁଖ୍ୟ ରାସ୍ତା ସହ ସଂଯୋଗ କରିବାର ଲକ୍ଷ୍ୟ ଥିଲା। ଅଧିକାଂଶ ରାସ୍ତା ବ୍ୟବହାରରେ ଆସୁନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
    ଏସସି,ଏସଟି ଛାତ୍ରଛାତ୍ରୀଙ୍କ ବୃତ୍ତି କ୍ଷେତ୍ରରେ ଜାଲିଆତି ହୋଇଛି। ଭୁଲ ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର ଆଧାରରେ ୯୭.୩୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    49 %
    2.1kmh
    0 %
    Wed
    27 °
    Thu
    40 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ