Saturday, March 21, 2026
19.7 C
Odisha

    କଳିଙ୍ଗା ଘାଟିରେ ଜିଆଇ ତାର ବୋଝେଇ ମାଲବାହି ଟ୍ରକ ଦୁର୍ଘଟଣା ଗ୍ରସ୍ତ

    ଆଗକୁ ପଢନ୍ତୁ

    ଘୁ. ଉଦୟଗିରି: କନ୍ଧମାଳ ଜିଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଠାରୁ ମାତ୍ର ୩ କିଲୋମିଟର ଦୂର କଳିଙ୍ଗା ଘାଟିର ପ୍ରଥମ ବୁଲାଣିରେ ଏକ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଏପି ୩୯ ଟିକ୍ୟୁ ୭୫୭୫ ନମ୍ବର ବିଶିଷ୍ଟ ୧୬ ଚକିଆ ଟ୍ରକ୍‌ରେ ଜିଆଇ ତାର ବୋଝେଇ ହୋଇ ବ୍ରହ୍ମପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ପରିତାପର ବିଷୟ ଦୀର୍ଘ ମାସ ହେଲାଣି କଳିଙ୍ଗା ଘାଟିରେ ୧୦ଟି ସୋଲାର ଲାଇଟ୍‌ ଅଚଳ ହୋଇପଡ଼ିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ନୀରବ ଦ୍ରଷ୍ଟା ସାଜିଛନ୍ତି। ଏହି ନିର୍ଦ୍ଦିଷ୍ଟ ବୁଲାଣିରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଜାତୀୟ ସଡ଼କ କର୍ତ୍ତୃପକ୍ଷ ନୀରବ ରହିବା ନେଇ ସାଧାରଣରେ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    77 %
    3.2kmh
    100 %
    Fri
    20 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ